ସମାଜ ପ୍ରତି ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀଙ୍କ ଅବଦାନ ଶିର୍ଷକ ଆଲୋଚନା ଚକ୍ର

ସ୍ବାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ୮୦ତମ ଜୟନ୍ତୀ ପାଳିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ୮୦ତମ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ସତ୍ୟାନନ୍ଦ ସରସ୍ଵତୀଙ୍କ ଜନହିତକର ବାର୍ତ୍ତା ପ୍ରଚାର ପାଇଁ ମାଁ ଭଣ୍ଡାରଘରଣୀ ମନ୍ଦିର ଠାରୁ ଏକ ସଚେତନତା ରାଲି ନଗର ପରିକ୍ରମା କରି ବିଜୁକଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା। ପରେ ପରେ ସମାଜ ପ୍ରତି ସତ୍ୟାନନ୍ଦ ସରସ୍ଵତୀଙ୍କ ଅବଦାନ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସଂଘ ପ୍ରମୁଖ ଶ୍ରୀ ଜଗଦାନନ୍ଦଜୀ କହିଥିଲେ-ବାବା ଥିଲେ ପରମ ତ୍ୟାଗୀ। ସେ କହୁଥିଲେ ନିନ୍ଦାକାରୀ ମୋର ପରମ ବନ୍ଧୁ। ସେ ଯାହା ମଧ୍ୟ କରୁଥିଲେ ଜଗତର କଲ୍ୟାଣ ପାଇଁ। ଜଗତବାସୀଙ୍କ ମଙ୍ଗଳ ପାଇଁ ମହାବିଷ୍ଣୁ ଯଜ୍ଞ, କାଳୀକୃଷ୍ଣ ମେଳା, ଜ୍ଞାନଦାନ, ଅନ୍ନଦାନ, ଦୁସ୍ଥଜନ ସେବା ପରି କାର୍ଯ୍ୟରେ ନିମଗ୍ନ ଥିଲେ। ସେ ଏମିତି ଦାନୀ ଥିଲେ ଜଣେ ଆୟୁହିନା ମାଁ ସଂକଳ୍ପ କରି ନିଜ ଆୟୁଷ ମଧ୍ୟ ଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ କହିଥିଲେ-ବାବା ଯିଏ କାଳୀ ସିଏ କୃଷ୍ଣ ସିଏ ଜଗନ୍ନାଥ ପରି ଗହନ ବାର୍ତ୍ତା ସମାଜ ଆଗରେ ଉପସ୍ଥାପିତ କରି ମାଁଙ୍କ ପ୍ରତି ଥିବା ଅନ୍ଧ ବିଶ୍ୱାସ, କାଳିସୀ ଆସିବା, ତନ୍ତ୍ର ସଂପର୍କରେ ଥିବା ଭୁଲ ଧାରଣା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଅଭିନ୍ନ ପଣ୍ଡା ସ୍ବାଗତ ଅଭିଭାଷଣ, ଶ୍ରୀ ପ୍ରିୟାନନ୍ଦ ସମ୍ବର୍ଦ୍ଧନା ଘୋଷଣା, ଲକ୍ଷ୍ମୀକାନ୍ତ ଖମାରୀ କୃତଜ୍ଞତା ଜ୍ଞାପନ, ଶ୍ରୀ ମାଧବାନନ୍ଦ ସଂଯୋଜନା କରିଥିଲା ବେଳେ କାଳୀକୃଷ୍ଣ ସଂଘର ଶିଷ୍ୟଶିଷ୍ୟା, ସ୍ଥାନୀୟ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।  ଧର୍ମଗଡ ଶାଖା ସଂଘର ସଂଜୟ ପଣ୍ଡା, ବିବେକ ସାହୁ, ପ୍ରଦ୍ୟୁମ୍ନ ପଣ୍ଡା, ମୀନକେତନ ନାଏକ, ଚିତ୍ତରଞ୍ଜନ ପଣ୍ଡା, ଦେବାଷିଶ ନାଏକ, ବିଶ୍ବ ରଂଜନ ପଣ୍ଡା, ଦେବାନନ୍ଦ ନାଏକ, ନାରାୟଣ ସାହୁ, ଦୂର୍ଗା ଦାଶ, ବସନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.