ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟ ଉଦବୋଧନ ଛଳରେ ବିଭାଗର ସ୍ମୁତିଚାରଣ କରିଥିଲେ। ଅଧ୍ୟାପିକା ସ୍ନେହଲତା ମାଝୀ ଓ ଅଧ୍ୟାପିକା ସୁଲୋଚନା କହଁର ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସୋନାଲିକା ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ପାତ୍ର, ବିଦାୟ କାଳୀନ ସଙ୍ଗୀତ ଗାନ କରିଥିଲେ। ଶରତ ପଟ୍ଟନାୟକ ଟୀକାରାମଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମଟି ବେଶ୍ ଉପଭୋଗ୍ୟ ହୋଇପାରିଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.