ସେବାରେ ଆସୁନି ବେଣ୍ଟକାର ଉପ ଡାକଘର, ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବେ କି 

ଓଡ଼ିଆ ବାର୍ତ୍ତା/ କଟକ: ବେଣ୍ଟକାର ଉପ ଡାକଘର ଅଧୀନରେ ୫ଗୋଟି ଯଥା ଝିଙ୍କିରିଆ ବ୍ରହ୍ମପୁର, ଦଧିବାମନପୁର, ଝାରକଟା, କଳପଡା ଓ ସରିଚୁଆଁ ଶାଖା ଡାକଘର ରହିଅଛି। ଆଜକୁ ୧୫ଦିନରୁ ଉର୍ଦ୍ଧ ହେବ ବେଣ୍ଟକାର ଉପ ଡାକଘରେ ଇଣ୍ଟରନେଟ ଲିଙ୍କ୍ ନଥିବାରୁ ୪୨ମୌଜା ଅନ୍ତର୍ଗତ ୬ଗୋଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ଡାକଘର ସମ୍ପର୍କିତ ସେବା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪୨ମୌଜା ଯାଦବ ମହାସଭାର ସଭାପତି ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା ଜଣାଇଛନ୍ତି ଆସନ୍ତା ୩୧ଜୁଲାଇରେ କଟକ ଠାରେ ତାଙ୍କର ରାଜ୍ୟ ମହାସଭାର ବାର୍ଷିକ ବୈଠକ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ୩୦ଜିଲ୍ଲାର ୧୫୦ରୁ ଉର୍ଦ୍ଧ ସଦସ୍ୟଙ୍କୁ ରେଜିଷ୍ଟ୍ରି ଯୋଗେ ମିଟିଂ ନୋଟିସ୍ ପଠାଇବା ନିମନ୍ତେ ଲିଙ୍କ୍ ନଥିବାରୁ ବେଣ୍ଟକାର ଡାକଘରୁ ପ୍ରତ୍ୟେକ ଦିନ ଫେରୁଛନ୍ତି। ଅଭିଯୋଗ କଲେ ବେଣ୍ଟକାର ଉପ ଡାକଘର ବିଭାଗୀୟ ଅଧିକାରୀ ଡାକଘର କାନ୍ଥ ନୋଟିସ୍ ବୋର୍ଡରେ ଲେଖାଥିବା ୦୬୭୧ ୧୨୩୦୪୪୧୦ କୁ ଅଭିଯୋଗ ଜଣାଇବା ସମ୍ପର୍କିତ ନମ୍ୱର୍ ଦେଖାଉଛନ୍ତି। ମାତ୍ର ସେ ନମ୍ୱରରେ ଯୋଗାଯୋଗ କଲେ କୌଣସି ଉତ୍ତର ଆସୁନାହିଁ। ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ବିଶେଷ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦୃଢ଼ ଦାବୀ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.