ଲାଞ୍ଜିଗଡ ଏସଏସଡି ହାଇ ସ୍କୁଲ ଓ ଯୋଡାବନ୍ଧ ହାଇ ସ୍କୁଲ ଠାରେ ଫାଇବ୍-ଟି ସ୍କୁଲ ରୁପାନ୍ତରଣକୁ ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ଫାଇବ୍-ଟି ସ୍କୁଲ ରୁପାନ୍ତରଣ ତୃତୀୟ ପର୍ଯ୍ୟାୟରେ ଆଜି ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଏସଏସଡି ହାଇସ୍କୁଲ ଓ ଯୋଡାବନ୍ଧ ସ୍କୁଲ ସାମିଲ ହେବାକୁ ଥିବା ବେଳେ ଏଥିପାଇଁ ଆଜି ଉଭୟ ସ୍ଥାନରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ଠାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ, ସରପଞ୍ଚ ସରସ୍ୱତୀ ମୁଣ୍ଡା, ସମିତି ସଦସ୍ୟା ସୁମତି ମାଝୀ, ସମାଜସେବୀ ସୁବାଷ ଅଗ୍ରୱାଲ, ପାତ୍ର ମାଝୀ, ଶ୍ରୀନିବାସ ଚଣ୍ଡି, ସ୍କୁଲର ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି,ଏବିଇଓ ପଦ୍ମଲୋଚନ ସୁନା, ସାମ୍ବାଦିକ କ୍ଷମାନିଧି ମହାଖୁଡ଼, ସାମ୍ବାଦିକ କୋଦଣ୍ଡଧର ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ବିଭୁ ପ୍ରସାଦ ସାମନ୍ତରାୟ ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ମମତା ମାଝୀ, ଶିକ୍ଷକ ଚିତରଞ୍ଜନ ସାହୁ, ଶିକ୍ଷକ ଦିଲୀପ ସାହୁ, ସ୍କୁଲ କର୍ମଚାରି କେ.ଶଙ୍କର ଆଚାରି, ସୁମନ ସା, କିଶୋର ଧଙ୍ଗଡା ମାଝି, ବୃନ୍ଦାବନ ମହାପାତ୍ର, ଦଶରଥ ଦୋରା ପ୍ରମୁଖ ସାହଯ୍ୟ କରିଥିଲେ । ସେହିପରି ଚମ୍ପାଦେଇପୁର ପଞ୍ଚାୟତ ଯୋଡାବନ୍ଧ ଶ୍ରୀ ଜଗନ୍ନାଥ ହାଇ ସ୍କୁଲରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଶ୍ରୀ ମିଶ୍ରଙ୍କ ସମେତ ବ୍ଲକ ଶିକ୍ଷାଧିକାରୀ ସଞ୍ଜିବ ନାଏକ, ସମାଜସେବୀ ହରିଶଙ୍କର ପାତ୍ର, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ ନାୟକ, ସ୍କୁଲ କମିଟି ସଭାପତି ନିଳାଞ୍ଚଳ ପଧାନ, ପୂର୍ବତନ ସ୍କୁଲ କମଟି ସଭାପତି ଉପେନ୍ଦ୍ର କୁମାର ସନ୍ତୋଷରାଏ, ସ୍କୁଲ ପ୍ରଧାନ ଶିକ୍ଷକ ଶୁକଦେବ ମଲ୍ଲ, ସୋମନାଥ ବେହେରା, କନ୍ଦର୍ପ ନାୟକ, ସନାତନ ପ୍ରଧାନି ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.