ଫାଇବ୍-ଟି ଯୋଜନାରେ ରୁପାନ୍ତରିତ ହେବ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ୧୨ ଗୋଟି ବିଦ୍ୟାଳୟ ରୁପାନ୍ତରୀଣ କରାଯିବ ବୋଲି ଜଣାପଡିବା ପରେ ତାଲିକା ଭୁକ୍ତ ନର୍ଲା ବ୍ଲକରେ ରହିଥିବା ଉକ୍ତ ବିଦ୍ୟାଳୟ ଗୁଡିକ ରେ ବୈଠକ ମାନ ଅନୁଷ୍ଠିତ ହୋଇ କେବେଠୁ କାମ ଆରମ୍ଭ କରାଯିବ । ଏଥିପାଇଁ ପ୍ରକ୍ରୀୟା କରଣରେ କ’ଣ ସବୁ ଡକ୍ୟୁମେଣ୍ଟ ଲାଗିବ ଏସବୁ ନେଇ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହେଉଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀ ବୃନ୍ଦ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ବିଦ୍ୟାଳୟ ପରିଚାଳନା ସମିତି, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବୈଠକରେ ସାମିଲ ହୋଇ ନିଷ୍ପତି ଗ୍ରହଣ କରୁଥିବା ଜଣାପଡିଛି । ଏହିକ୍ରମରେ ଆଜି ଗୁରୁବାର ଜୁଲାଇ ୨୧ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ପରିସରରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ କର୍ମଚାରୀ ଚକ୍ରଧର ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଥିରେ ନର୍ଲା ବିଇଓ ତପିମଣି ଯାନୀ, ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ହମେଶ କୁମାର ଜୈନ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧି ବରୁଣ ନାଏକ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବି ଗୌଡ଼ିଆ, ନାଏବ ସରପଞ୍ଚ ସୁମିତ୍ରା ଓଝା ପ୍ରମୁଖ ମଞ୍ଚସୀନ ରହି ୫ ଟି ଯୋଜନା ପାଇଁ ବିଦ୍ୟାଳୟ ସ୍ତରରେ କ’ଣ ସବୁ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ଗିଗୁଡା ଗ୍ରାମ ପଂଚାୟତ ଦାୟିତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ ସଂଯୁକ୍ତା ପାଣି, ପୁରାତନ ଛାତ୍ର ମୁକେଶ ଅଗ୍ରୱାଲ, ବିଜୟ ବୁଦ୍ଧିଆ, ସନ୍ତୋଷ କର, ଅମର ରାଉତ, ପୁରବ ଅଗ୍ରୱାଲ, ସଞ୍ଜୟ ନାଏକ, ମନୋଜ ସୁନା, ମାନସ ଭଞ୍ଜ, ଶୁଭମ ଅଗ୍ରୱାଲ, ନୀଳକଣ୍ଠ ବେହେରା, ପ୍ରଶାନ୍ତ ଜେନା, ରାଜେଶ ସାହୁ, ପ୍ରହଲ୍ଲାଦ ସେଠି, ରାଜୀନ ସାହୁ ଓ ପରିଚାଳନା କମିଟି ସଦସ୍ୟ କୁମୁଦ ନାଏକ, ବିନାୟକ ମହନ୍ତ, ଏଲ ଗୁଣନିଧି ଓ ଅଭିଭାବକ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିବା ସହିତ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୫ଟି ଯୋଜନାରେ ନର୍ଲାରୋଡ଼ ବିଦ୍ୟାଳୟ ରୁପାନ୍ତରୀଣ ହେଉଥିବାରୁ ସର୍ଗିଗୁଡା ଗ୍ରାମ ପଂଚାୟତର ଜନସାଧାରଣ ଓ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଥିବା ଜଣାପଡିଛି । ଏନେଇ ଆସନ୍ତା ୨୫ ସୁଦ୍ଧା ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ବିଭାଗରେ ଜମା କରିବା ପାଇଁ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩୦ ଜୁଲାଇରୁ କାମ ଆରମ୍ଭ କରାଯିବ ବୋଲି ଜଣାପଡିଛି । ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ପରିଚାଳନା କମିଟିର ସଦସ୍ୟ ତଥା ଅଭିଭାବକ ବହୁ ଅନୁଭବି ଠିକାଦାର ବିନାୟକ ମହନ୍ତ ୫ଟି ରେ ହେବାକୁ ଯାଉଥିବା ନର୍ଲାରୋଡ଼ ବିଦ୍ୟାଳୟ ର ସମସ୍ତ କାମ କରନ୍ତୁ ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ଏଣୁ ଶ୍ରୀ ମହନ୍ତ ସମସ୍ତ କାମ କରିବେ ବୋଲି ବୈଠକ ରେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ଜୋନ୍-୩ ରେ ନର୍ଲାରୋଡ, ମାଣ୍ଡେଲ, ବାଗପୁର, ସେରଗଡ, ବୁଦେଲଗୁମା ଓ ବାଲସିଙ୍ଗା ବିଦ୍ୟାଳୟ ୫ଟି ଯୋଜନାରେ ରୁପାନ୍ତରୀଣ ହେବ ବୋଲି ଜଣାପଡିଛି । ଆଜି ୨୧ ଜୁଲାଇ ସାରା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରୀଣ ହେବାକୁ ଯାଉଥିବା ସମସ୍ତ ହାଇସ୍କୁଲ ଗୁଡିକର ପ୍ରସ୍ତୁତି ବୈଠକ ସବୁ ଅନୁଷ୍ଠିତ ହୋଇଯାଇଥିବା ସୂଚନା ମିଳିଛି ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.