ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁ ନିର୍ବାଚିତ ହୋଇଥିବାରୁ ରାଜ୍ୟସାରା ଖୁସିର ମାହୋଲ ଦେଖିବାକୁ ମିଳିଛି। ସ୍ବାଧିନ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ତଥା ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି ଶ୍ରୀମତୀ ମୁର୍ମୁ। ଏହା ଓଡ଼ିଶା ପାଇଁ ଏକ ଐତିହାସିକ ଦିବସ ହୋଇଥିବାରୁ ରାଜ୍ୟସାରା ବିଜୟ ଉତ୍ସବ ପାଳନ କରୁଛି ବିଜେପି। ସେହି କ୍ରମରେ କେସିଙ୍ଗା ବସଷ୍ଟାଣ୍ଡ ନିକଟରେ ବିଜେପି ପକ୍ଷରୁ ମଧ୍ୟ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ କେସିଙ୍ଗା ମଣ୍ଡଳ ସଭାପତି ମଗନ୍ ସିନ୍ଦୂର, ସାଧାରଣ ସମ୍ପାଦକ ପ୍ରିତେଶ୍ ପଟେଲ, ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ସରିତା ସିନ୍ଦୂର, ସୁଧାଂଶୁ ପଣ୍ଡା, ସଞ୍ଜୟ ଅଗ୍ରୱାଲ ପ୍ରମୁଖଙ୍କ ସହ ଅନେକ ବିଜେପି କର୍ମୀ ଯୋଗ ଦେଇଥିଲେ।