ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଉଲିକୁପାରେ ବିଜେପିର ମହାବିଜୟ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେପି ନେତୃତ୍ବାଧିନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡିଆ ଝିଅ ମହାମହିମ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ଭାବରେ ଆସିନ ହୋଇଛନ୍ତି। ସେ ଦେଶର ୧୫ତମ ରାଷ୍ଟ୍ରପତି, ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ତଥା ଦେଶର ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। ଶ୍ରୀମତୀ ମୁର୍ମୁ ବିଜୟୀ ହେବାପରେ ସାରା ରାଜ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଏନେଇ ଓଡିଶା ସାରା ବିଜୟ ଉତ୍ସବ ମନାଉଛି ବିଜେପି। ଏହି କ୍ରମରେ ନର୍ଲା ବ୍ଲକ ଉଲିକୁପା ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ବିଜେପି ପକ୍ଷରୁ ମହାବିଜୟ ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି। ନର୍ଲାର ପୂର୍ବତନ ବିଧାୟକ କୁମରମଣି ଶବରଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ବିଜୟ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ମୋର୍ଚ୍ଚା ଉପସଭାପତି କଳାହାଣ୍ଡି ସୁରେଶ ଚନ୍ଦ୍ର ଭୋଇ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଶୁଶ୍ରୀ ରିନା ଭୋଇ, ସରିଆଁ ମଣ୍ଡଳ ସଭାପତି ସଞ୍ଜୟ କୁମାର ମାଝି, ସଂପାଦକ ରୁଦ୍ରାକ୍ଷ ସାହୁ, ବିଜୟ ପଧାନ, ଯୁବ ମୋର୍ଚ୍ଚା ସରିଆଁ ମଣ୍ଡଳ ସଭାପତି ବସନ୍ତ ତାଣ୍ଡି, ସଂପାଦକ ଭଜରାଜ ଭୋଇ, କୃଷକ ମୋର୍ଚ୍ଚା ସରିଆଁ ମଣ୍ଡଳ ସଭାପତି ଚିତ୍ରସେନ ଶବର, ଉପଦେଷ୍ଟା ଗୈାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.