ଜଙ୍ଗଲ ଜମି ପାଇଁ ଗୋଷ୍ଠୀ ସଂଘର୍ଷ ଘଟଣା: ୧୪୪ ଧାରା ସତର୍କ ସୂଚନା ଜାରି କଲା ଜିଲ୍ଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତର ସିନ୍ଦିଭଟା ଓ ଲାଖବାହାଳି ପଞ୍ଚାୟତର ଥୁଆଙ୍ଗ ପଦର ଗ୍ରାମବାସୀଙ୍କ ମାଧ୍ୟ୍ୟରେ ଗତ ଜୁନ ମାସ ୧୯ ତାରିଖ ଜଙ୍ଗଲ ଜମିକୁ ନେଇଁ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗାଁର ୪୦ରୁଉର୍ଦ୍ଧ ଲୋକ ଆହାତ ମଧ୍ୟ୍ୟ ହୋଇଥିଲେ।ତେବେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ବନବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଉଭୟ ଗ୍ରାମବାସିଙ୍କ ସମାଧାନ ପାଇଁ ଶାନ୍ତି କମିଟି ଗଠନ କରାଯିବାର ପ୍ରୟାସ କରି ଉଭୟ ଗାଁ ଲୋକଙ୍କୁ ବିଜେପୁର ଥାନାକୁ ଡକା ଯାଇଥିଲା। ବିଜେପୁର ଥାନାଅଧିକାରୀ ପ୍ରଶାନ୍ତ କୁଲହାରସଙ୍କ ନେତୃତ୍ୱରେ ଉଭୟ ଗାଁ ଲୋକଙ୍କୁ ବୁଝା ସୁଝା କରାଇଥିଲେ ମଧ୍ୟ୍ୟ କୌଣସି ସମାଧାନ ହୋଇନଥିଲା। ଫଳରେ ଲାଞ୍ଜିଗଡ ତହସିଲଦାର ମୁନିଦ୍ର ହୁନାଙ୍ଗା ଓ ଏସିଏଫ ଅମିତ ରାୟ ଉଭୟ ଗାଁ ଲୋକଙ୍କୁ ଜଙ୍ଗଲ ଜମି ଛାଡିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଜଙ୍ଗଲ ଜମି ଛାଡିବୁ ନାହିଁ ବୋଲି ଥୁଆଙ୍ଗ ପଦର ଗ୍ରାମବାସୀ ଶାନ୍ତି କମିଟି ବୈଠକରୁ ଓହରି ଯାଇଥିଲେ। ଶେଷରେ ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୁନାଙ୍ଗା ଉଭୟ ଗାଁ ଲୋକଙ୍କୁ ଜଙ୍ଗଲ ଜମିକୁ ନଯିବା ପାଇଁ ଚେତାବନୀ ଦେଇଥିଲେ ଓ ୧୪୪ ଧାରାର ଲାଗୁ କରାଯିବ ବୋଲି ସତର୍କ ସୂଚନା ଦେଇଥିଲେ। କିନ୍ତୁ ଏବେ ଯାଏଁ ଜଙ୍ଗଲ ଜମି ନ ଛାଡିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରାର ସତର୍କ ସୂଚନା ପୋଷ୍ଟର ମାରିଛି। ହେଲେ ୧୪୪ ଧାରା ସତର୍କ ସୂଚନାକୁ ମଧ୍ୟ୍ୟ ଖାତିର କରୁନାହାନ୍ତି ଗ୍ରାମବାସୀ ଆଉ ଦୃଢ଼ ପ୍ରତିବାଦ କରୁଛନ୍ତି ଯେ ଲାଞ୍ଜିଗଡ଼ ବ୍ଲକରେ ପ୍ରତ୍ୟେକ ଜାଗାରେ ଶହ ଶହ ହେକ୍ଟର ଜଙ୍ଗଲ କଟାଯାଉଛି ସେହି ସ୍ଥାନରେ ପ୍ରଥମେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲଗାଉ ସେହି ଜାଗାରେ ଲାଗିଲା ପରେ ଆମେ ଖୁସିରେ ଏହି ଜଙ୍ଗଲ ଜମି ଛାଡିଦେବୁ ନଚେତ ଜାନ ଯାଉ ଜୀବନ ଯାଉ ଆମେ ଜଙ୍ଗଲ ଜମି ଛାଡ଼ିବୁ ନାହିଁ ବୋଲି କହୁ ଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.