ରୁପ୍ରାରୋଡ ସରପଞ୍ଚଙ୍କ ଉତ୍ତମ କାର୍ଯ୍ୟ: ରାସ୍ତାରେ ଜମୁଥିବା ପାଣି ସମସ୍ୟାର କଲେ ସମାଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତି ମୂଖ୍ୟ ରାସ୍ତାର ଅନେକ ସ୍ଥାନରେ ପାଣି ଜମାହୋଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଥିଲା। ଏହି ରାସ୍ତା ପିଡବ୍ଲୁଡି ବିଭାଗ ଅଧିନରେ ଯାଉଥିଲେ ମଧ୍ୟ ସଂପୃକ୍ତ ବିଭାଗ ଏ ଦିଗରେ ପଦକ୍ଷେପ ନେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ରାସ୍ତା ଖାଲଖମା ହେବାସହ ଡ୍ରେନେଜ ସମସ୍ୟା ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହୁଛି। ପାଣି ଜମି ରହିବା ଯୋଗୁଁ ପଥିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ ନିଜସ୍ବ ପ୍ରଚେଷ୍ଟାରେ ପାଣି ଜମାହୋଇ ରହୁଥିବା ସ୍ଥାନରେ ବାଲିମାଟି ପକାଇ ଚାଲିବା ଯୋଗ୍ୟ କରିଛନ୍ତି। ସରପଞ୍ଚଙ୍କ ଏହି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ୨୦୧୭ ମସିହାରୁ ପିଡବ୍ଲୁଡି ବିଭାଗ ରୁପ୍ରାରୋଡ଼ ବସ୍ତି ରାସ୍ତା ପ୍ରଶାସ୍ତିକରଣ ନିମନ୍ତେ ଚିହ୍ନ ଦେଇଥିଲେ। ହେଲେ ଚିହ୍ନ ସବୁ ଲିଭି ସାରିଥିବା ବେଳେ ଆଜକୁ ପାଞ୍ଚ ବର୍ଷ ବିତି ସାରିଲାଣି ବିଭାଗ ସ୍ଥାଣୁ ପାଲଟିଛି। ତେବେ ମାନବିକତା ଦୃଷ୍ଟିରୁ ନବ ନିର୍ବାଚିତ ସରପଞ୍ଚ ବାଲି, ମୋରୁମ ପକାଇ ରାସ୍ତା ଉପରେ ଜମି ରହୁଥିବା ପାଣି ସମସ୍ୟାର ଅସ୍ଥାୟୀ ସମାଧାନ କରିଥିବାରୁ ପଥିକ ଓ ରୁପ୍ରାରୋଡର ଜନସାଧାରଣ ପ୍ରସଂଶା କରୁଥିବା ଦେଖିବାକୁ ମିଳୁଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.