ଗୋଦାବରୀଶ ମହାବିଦ୍ୟାଳୟ: ରାଜ୍ୟର ଏକ ଗୌରବମୟ ଶିକ୍ଷାନୁଷ୍ଠାନ

ମହାବିଦ୍ୟାଳୟର ୫୯ ବର୍ଷ ପୂର୍ତ୍ତି ଅବସରରେ ବିଶ୍ବବିଜୟୀ ଦାଶଙ୍କ ସ୍ବତନ୍ତ୍ର ପ୍ରତିବେଦନ

ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ତଟ ଦେଶ ତଥା ଶାଳୀଆ ନଦୀ କୂଳ ନିକଟ ବୀର ପ୍ରସବିନୀ ବାଣପୁର ମାଟିରେ ୧୯୬୩ ମସିହା ଜୁଲାଇ ୨୬ ତାରିଖ ଗଢ଼ି ଉଠିଥିଲା ଗୋଦାବରୀଶ ମହାବିଦ୍ୟାଳୟ।ସମୟ ସୁଅରେ ମହାବିଦ୍ୟାଳୟ ଅଣଷଠୀ ବସନ୍ତ ଅତିକ୍ରମ କରିସାରିଛି। ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ କୃପା ଓ ଆଶୀର୍ବାଦ ଏହି ମହାବିଦ୍ୟାଳୟ ପ୍ରତି ସଦାସର୍ବଦା ରହିଅଛି।

Omkar Vasthu
Omkar Vasthu

‘ଜନନୀ ଜନ୍ମଭୂମିଶ୍ଚ ସ୍ବାର୍ଗାଦପୀ ଗରିୟସୀ’ ମା’, ଜନ୍ମଭୂମି, ଶିକ୍ଷାକ୍ଷେତ୍ର ଓ ମାତୃଭାଷା ଆମ ଜନନୀ ସଦୃଶ।ଏହି କଥା ବହୁ ଆଗରୁ ଚିନ୍ତାକରି ପଣ୍ଡିତ ଗୋଦାବରୀଶ ମିଶ୍ର ବାଣପୁରରେ ଗୋଟିଏ ମହାବିଦ୍ୟାଳୟ ଗଠନ କରିବେ ବୋଲି ଚିନ୍ତା କରିଥିଲେ। କିନ୍ତୁ ବିଧିର ବିଧାନ ଅନୁସାରେ ଓଡ଼ିଶାର ସୀମା ଷଢ଼େଇକଳା, ଖରସୁଆଁ, ମେଦିନପୁର ଓ ଚକ୍ରଧରପୁର ଇଲାକାକୁ ନିଜ ପ୍ରଦେଶରେ ମିଶାଇବା ନିମିତ୍ତ ଅକ୍ଲାନ୍ତ ପରିଶ୍ରମ କରି ୧୯୫୬ ମସିହା ଜୁଲାଇ ୨୬ ତାରିଖରେ ଇହଲୀଳା ସମ୍ବରଣ କଲେ।

Pearl dental clinic
Near Ashish Medical Store, Bhawanipatna

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରଥମ ଦାୟାଦ ପଣ୍ଡିତ ରଘୁନାଥ ମିଶ୍ରଙ୍କ ତତ୍ତ୍ବାବଧାନରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ଅନ୍ୟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ୧୯୬୩ ମସିହା ଜୁଲାଇ ୨୬ ତାରିଖରେ ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଦରଦୀ ଜନନେତା, ରାଜନୀତିର ପ୍ରଜ୍ଞାପୁରୁଷ, ସୁସଂଗଠକ, ରାଜ୍ୟର ପ୍ରଥମ ଶିକ୍ଷାମନ୍ତ୍ରୀ, ସୁପରାମର୍ଶଦାତା ପୁଣ୍ୟାତ୍ମା ପଣ୍ଡିତ ଗୋଦାବରୀଶଙ୍କର ଅମୃତମୟ ଆଶୀଷ ଧାରା, ଗୋଦାବରୀଶ ମହାବିଦ୍ୟାଳୟକୁ ପଥପ୍ରଦର୍ଶନ କରିଅଛି।

Udyog Nursery
Udyogi Nursery

ସଂସ୍କୃତି, ସାହିତ୍ୟ, କଳା, ଐତିହ୍ୟ, ପରମ୍ପରା, ଶିକ୍ଷାକୁ ନେଇ ଗୋଟିଏ ସ୍ଥାନର ଗୌରବ ବୃଦ୍ଧି ପାଇଥାଏ। ବାଣପୁର ଏକ ସଂସ୍କୃତି ସଂପର୍ଣ୍ଣ ସ୍ଥାନ। ଅତୀତରେ ଏହା କଙ୍ଗୋଦ ମଣ୍ଡଳର ରାଜଧାନୀ ଭାବରେ ପରିଚିତ ଥିଲା। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ରାଜ୍ୟର ଏକ ଗୌରବମୟ ଅନୁଷ୍ଠାନ ଭାବେ ପରିଚିତ। ଏହି ଅନୁଷ୍ଠାନରୁ ଅନେକ ବ୍ୟକ୍ତିବିଶେଷ ଶିକ୍ଷା ଗ୍ରହଣ କରି ରାଜ୍ୟ ତଥା ଦେଶରେ ଉଚ୍ଚ ପଦ ପଦବୀରେ ରହି ଏହି ମହାବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। କ୍ରୀଡ଼ା, ଏନସିସି, ସ୍କାଉଟ ଓ ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନାରେ ଏହି ମହାବିଦ୍ୟାଳୟର ଏକ ସ୍ବତନ୍ତ୍ର ପରିଚୟ ରହିଆସିଛି।

ଆଜି ମହାବିଦ୍ୟାଳୟ ର ୫୯ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ବର୍ତ୍ତମାନର ଅଧ୍ୟକ୍ଷ, ଅବସର ପ୍ରାପ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, କର୍ମଚ଼ାରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀଗଣ ଏବଂ ମହାବିଦ୍ୟାଳୟ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ମହାବିଦ୍ୟାଳୟରେ ମୁଁ ଶିକ୍ଷା ଗ୍ରହଣ କରିବା ସମୟରେ ଶିକ୍ଷା ସହ ଅନେକ କଥା ମଧ୍ୟ ଶିଖିଛି, ଯାହାକି ଆଗାମୀ ଦିନରେ ମୋତେ ସହାୟକ ହେବ। ଏହି ମହାବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତି କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରୁଛି।

✍🏼ବିଶ୍ବବିଜୟୀ ଦାଶ
ପୂର୍ବତନ ଛାତ୍ର
ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର, ଖୋର୍ଦ୍ଧା
ମୋବାଇଲ: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.