ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏନେଇ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ବିଜେଡିର ସମସ୍ତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଶୋକସଭାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ସଚ୍ଚିଦାନନ୍ଦ ମହାକୁଡ଼, ରାଜ୍ୟ ସମ୍ପାଦିକା ସବିତା ପ୍ରଧାନ, ଧବଳେଶ୍ବର ମହାପାତ୍ର, କାଦିର ଖାନ, ବଦ୍ରି ପଟ୍ଟନାୟକ, ସାମନ୍ତ ଖମାରୀ, ଦିନେଶ ବଗର୍ତୀ, କ୍ଷୀରସିନ୍ଧୁ ନାଏକ, ଭୁବନେ ବାଗ, ରଞ୍ଜୁକ୍ତା ପ୍ରଧାନ, ସେନାପତି ନାଏକ, ଶିବା ସାହୁ, ପ୍ରଦୀପ ପ୍ରଧାନ,ଜୟଶ୍ରୀ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ। କଳାହାଣ୍ଡି ରାଜନୀତିର ଏକ ବଳିଷ୍ଠ ନେତୃତ୍ବ ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାଏକଙ୍କ ଆବର୍ତ୍ତମାନରେ ଏକ ଯୁଗର ପରିସମାପ୍ତି ଘଟିଛି। କଳାହାଣ୍ଡି ମାଟି ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ସଭାରେ ମତପ୍ରକାଶ ପାଇଥିଲା।