“ସମାଜ ଏବଂ ସମ୍ପ୍ରଦାୟ ପ୍ରତି ହରମୋହନ ସିଂହ ଯାଦବଙ୍କ ସମର୍ପଣ ଭାବ ରହିଥିଲା”

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପୂର୍ବତନ ସଂସଦ, ଏମ୍‌ଏଲ୍‌ସି, ବିଧାୟକ, ଶୌର୍ଯ୍ୟ ଚକ୍ରରେ ସମ୍ମାନିତ, ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ପୂର୍ବତନ ରାଷ୍ଟ୍ରିୟ ଅଧ୍ୟକ୍ଷ ସ୍ୱର୍ଗୀୟ ହରମୋହନ ସିଂହ ଯାଦବଙ୍କର ଦଶମ ପୂଣ୍ୟତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Omkar Vasthu
Omkar Vasthu

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱର୍ଗୀୟ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଦଶମ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ମହାନ ନେତା ମାନଙ୍କର ଗୌରବମୟ ଐତିହ୍ୟକୁ ମନେ ପକାଇ କହିଥିଲେ ଯେ, “ହରମୋହନ ସିଂହ ଯାଦବ ଜୀ ତାଙ୍କର ଦୀର୍ଘ ରାଜନୈତିକ ଜୀବନ କାଳରେ ଉତ୍ତର ପ୍ରଦେଶ ଏବଂ କାନପୁରର ମାଟିରେ ଡଃ ରାମ ମନୋହର ଲୋହିଆ ଜୀ’ଙ୍କର ବିଚାର ଗୁଡିକୁ ଆଗକୁ ବଢ଼ାଇ ଥିଲେ । ସେ ରାଜ୍ୟ ଏବଂ ଦେଶର ରାଜନୀତି କ୍ଷେତ୍ରରେ ଯେଉଁ ଯୋଗଦାନ ଦେଇଥିଲେ, ସମାଜ ନିମନ୍ତେ ଯେଉଁ କାର୍ଯ୍ୟ କରିଥିଲେ, ତାହା ଆଜିର ପିଢ଼ିର ମାର୍ଗଦର୍ଶନ କରୁଛି । ‘ଗ୍ରାମ ସଭାରୁ ରାଜ୍ୟ ସଭା ପର୍ଯ୍ୟନ୍ତ’ ତାଙ୍କର ଦୀର୍ଘ ଏବଂ ବିଶେଷ ଯାତ୍ରାରେ ସମାଜ ଏବଂ ଯାଦବ ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ପଣ ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରଧାନମନ୍ତ୍ରୀ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଉଦାହରଣ ଯୋଗ୍ୟ ସାହସ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, “ଶ୍ରୀ ହରମୋହନ ସିଂହ ଯାଦବ ଜୀ ଶିଖ ନରସଂହାର ବିରୁଦ୍ଧରେ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ସେ ଆଗକୁ ଆସି ଶିଖ୍ ଭାଇ ଏବଂ ଭଉଣୀ ମାନଙ୍କର ସୁରକ୍ଷା ନିମନ୍ତେ ସଂଗ୍ରାମ କରିଥିଲେ । ନିଜର ଜୀବନ ସମ୍ପର୍କରେ ଚିନ୍ତା ନ କରି, ସେ ଅନେକ ନିରୀହ ଶିଖ୍ ପରିବାର ମାନଙ୍କର ଜୀବନ ରକ୍ଷା କରିଥିଲେ । ଦେଶ ମଧ୍ୟ ତାଙ୍କର ନେତୃତ୍ୱକୁ ଚିହ୍ନି ପାରିଥିଲା ଏବଂ ତାଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାମାଜିକ ନ୍ୟାୟର ଅର୍ଥ ହେଉଛି ସମାଜର ସମସ୍ତ ବର୍ଗର ଲୋକ ମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍ ଏବଂ କୌଣସି ବ୍ୟକ୍ତିି ମୌଳିକ ଆବଶ୍ୟକତା ପାଇବାରୁ ବଂଚିତ ହେବା ଉଚିତ୍ ନୁହେଁ । ଦଳିତ, ପଛୁଆ ବର୍ଗ, ଜନଜାତିି, ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି ମାନେ ଯେତେବେଳେ ଆଗକୁ ଆସିବେ, ସେତେବେଳେ ହିଁ ଦେଶ ଅଗ୍ରଗତି କରି ପାରିବ । ଏହି ପରିବର୍ତନ ନିମନ୍ତେ ହରମୋହନ ଜୀ ଶିକ୍ଷାକୁ ସବୁଠାରୁ ମହତ୍ୱପୂର୍ଣ୍ଣ ବୋଲି ବିଚାର କରୁଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପ୍ରେରଣାଦାୟକ ଅଟେ ।


ଶ୍ରୀ ହରମୋହନ ସିଂହ ଯାଦବ
(୧୮ ଅକ୍ଟୋବର ୧୯୨୧- ୨୫ ଜୁଲାଇ ୨୦୧୨)

ଦିବଂଗତ ଶ୍ରୀ ହରମୋହନ ସିଂହ ଯାଦବ ଜଣେ ମହାନ ବ୍ୟକ୍ତି ଏବଂ ଯାଦବ ସମ୍ପ୍ରଦାୟର ନେତା ଥିଲେ । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିଥିଲେ ଏବଂ ଏମ୍‌ଏଲ୍‌ସି, ବିଧାୟକ, ରାଜ୍ୟସଭା ସଦସ୍ୟ ଏବଂ ‘ଅଖିଳ ଭାରତବର୍ଷୀୟ ଯାଦବ ମହାସଭା’ର ଅଧ୍ୟକ୍ଷ ରୂପରେ କାର୍ଯ୍ୟ କରିଥିଲେ । ସେ ନିଜର ପୁଅ ସୁଖରାମ ସିଂହଙ୍କର ସହାୟତାରେ କାନପୁର ଏବଂ ଏହାର ଆଖପାଖରେ ଅନେକ ଶିକ୍ଷା ସଂସ୍ଥାନ ଗୁଡିକର ସ୍ଥାପନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୧୯୮୪ର ଶିଖ୍ ବିରୋଧୀ ଦଙ୍ଗା କାରଣରୁ ଅନେକ ଶିଖ୍ ଲୋକ ମାନଙ୍କର ଜୀବନ ରକ୍ଷା କରିବା କ୍ଷେତ୍ରରେ ବୀରତା ପ୍ରଦର୍ଶନ କରିବା ନିମନ୍ତେ ଶ୍ରୀ ହରମୋହନ ସିଂହ ଯାଦବଙ୍କୁ ୧୯୯୧ରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.