ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ୪୨ମୌଜା/ କଟକ: ନୃସିଂହ ଆନନ୍ଦ ପୂଜ୍ୟପୂଜା ଭବନ, ପଟଣାଠାରେ ଅନୁଷ୍ଠାନର ସଭାପତି ଇ° ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ୱରେ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସ, ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ଦାଶ ଓ ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସ୍ମୃତି ଚାରଣ ସଭା ଏବଂ ୪୨ ମୌଜା ସ୍ତରର ମେଧାବୀ ଛାତ୍ର ଦୀପ୍ତେଶ ସେନାପତି, ଦିନେଶ ସେନାପତି, ଆଶିଷ ମୁଦୁଲି, ପ୍ରଭୁଦତ ଦାସ ଓ ଚିତ୍ରଶିଳ୍ପୀ ଓଁମ୍ ପ୍ରସନ୍ନ ଦାସଙ୍କୁ ସମ୍ମାନୀତ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟିକା ସିପ୍ରା ମଲିକ, ମୁଖ୍ୟବକ୍ତା ସାମ୍ବାଦିକ ଚିତ୍ତରଞ୍ଜନ ବେହେରା, ସମ୍ମାନୀୟ ଅତିଥି ଉତ୍କଳ ବିକାଶ ପରିଷଦ ସଭାପତି ଇ° ପ୍ରକାଶ ସେଠୀ, ଶିକ୍ଷାବିତ ଡଃ ସେକ୍ କଲିମୁଲା, କଟକ ସଦର ବ୍ଲକ୍ କଂଗେସ ସଭାପତି ପ୍ରତାପ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ସରୋଜ ନଳିନୀ ପରିଜା, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ଉପେନ୍ଦ୍ର ବାରିକ, ପ୍ରଭାତ ଖଟୁଆ, ଭାସ୍କର ଦାସ, ଅଧ୍ୟାପକ ଗଣେଶ ଚନ୍ଦ୍ର ଦାଶ, ବୀରବର ଲେଙ୍କା, ଦେବୀ ପ୍ରସାଦ ପତି, ସାମ୍ବାଦିକ ଦୀପ୍ତି ରଞ୍ଜନ ଶତପଥୀ ଓ ବିଭୁ ପ୍ରସାଦ ସ୍ବାଇଁ, ବିନୋଦ କୁମାର ବେହେରା, ମାଧବ ପରିଡ଼ା, ଡଃ ଜଗନ୍ନାଥ ଦାସ, ପ୍ରସନ୍ନ ବେହେରା, ସାଗର ବେହେରା, ଶିବ ପ୍ରସାଦ ପଣ୍ଡା, ମନୋରମା ସେନାପତି, ରଞ୍ଜିତା ମୁଦୁଲି, ଶ୍ରାବନ୍ତିକା ମହାନ୍ତି, ଭାଗ୍ୟଧର ସେନାପତି, ଗଣେଶ ଚନ୍ଦ୍ର ସେନାପତି, ଅଶୋକ ମୁଦୁଲି, ଅନିଲ ମହାପାତ୍ର, ଶୁଭେନ୍ଦୁ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯାଦବ ମହାସଭା ସଭାପତି ବୁଲେଇ ବେହେରା ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.