ଓମଫେଡ୍ କର୍ମଚାରୀଙ୍କ ଆନ୍ଦୋଳନକୁ ଇପିଏଫ୍ ପେନସନରସ୍ ସଂଘର ସମର୍ଥନ

ଓଡ଼ିଆ ବାର୍ତ୍ତା/ କଟକ: ଓମଫେଡ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କର ଅବହେଳା ପ୍ରତିବାଦରେ କର୍ମଚାରୀ ସଂଘ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଓମଫେଡ୍ ର ଦୁଗ୍ଧ ଉତ୍ପାଦନ କେନ୍ଦ୍ର ସମ୍ମୁଖରେ କର୍ମଚାରୀମାନେ ମଧ୍ୟାହ୍ନ ବିରତୀ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକ ଜିଲ୍ଲା ଦୁଗ୍ଧ ଉତ୍ପାଦନ କେନ୍ଦ୍ର ସମ୍ମୁଖରେ ଆଜିର ବିକ୍ଷୋଭ ସମାବେଶରେ ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନର ସଭାପତି ବିଜୟ କୁମାର ଜେନା, ଉପ ସଭାପତି ସଚ୍ଚିଦାନନ୍ଦ ସାମନ୍ତରାୟ ଏବଂ ଯୁଗ୍ମ ସମ୍ପାଦକ ସରୋଜ କାନ୍ତ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ଦାବୀ ପୁରଣର ଲିଖିତ ପ୍ରତିଶୃତି ନମିଳିଲେ ଓମଫେଡ୍ କର୍ମଚାରୀ ସଂଘ ତରଫରୁ ପରବର୍ତ୍ତୀ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିଷ୍ପତି ନିଆଯାଇଛି। ଓମଫେଡ୍ କର୍ମଚାରୀ ସଂଘ ତରଫରୁ ଆୟୋଜିତ ଏହି ବିଶାଳ ସମାବେଶରେ ସଭାପତିଙ୍କ ସହ ଶତାଧିକ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ଓମଫେଡ୍ କର୍ମଚାରୀ ମାନଙ୍କର ବହୁ ଦିନରୁ ପଡ଼ି ରହିଥିବ ସମସ୍ୟାର ତୁରନ୍ତ ସମାଧାନ ଲାଗି ଇପିଏଫ୍ ପେନସନରସ୍ ଆସୋସିଏସନ୍ ତରଫରୁ ନିଗମ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରାଯାଇଥିବା ବିଷୟ ଇପିଏଫ୍ ପେନସନରସ୍ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.