ବେହେରାଠାରେ ଖୋଲିଲା SBI ଶାଖା: ସେବା ଆରମ୍ଭ, ଅଞ୍ଚଳରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। ଧର୍ମଗଡ ବ୍ଲକର ବେହେରା ଠାରେ ଆଜିଠାରୁ ଆରମ୍ଭ ହୋଇଛି ଷ୍ଟେଟ ବ୍ୟାଙ୍କ ସେବା। ଦଣ୍ଡପାଟ ଅଞ୍ଚଳ ବାସୀଙ୍କ ବହୁଦିନର ଦାବୀ ପରେ ବ୍ୟାଙ୍କ ସେବା ପହଞ୍ଚିଛି। ଧର୍ମଗଡ ବ୍ଲକ ବେହେରା ଠାରେ ଷ୍ଟେଟବ୍ୟାଙ୍କ ଶାଖା ସ୍ଥାପନ ହୋଇଛି, ଯାହା ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଆଜି ଠାରୁ ଗ୍ରାହକଙ୍କ ପାଇଁ ଜମା, ଉଠାଣ, ଟ୍ରାନ୍ସଫର୍ମର ଓ ପାସବୁକ ଖୋଲିବା ଭଳି ବ୍ୟବସ୍ଥା ଆରମ୍ଭ ହୋଇଛି। ଦୀର୍ଘଦିନରୁ ଅଞ୍ଚଳବାସୀ ବେହେରା ଠାରେ ଏକ ବ୍ୟାଙ୍କ ସ୍ଥାପନ ନେଇ ଦାବୀ କରିଆସୁଥିଲେ। ପୂର୍ବରୁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏଠାରେ ରହିଥିଲେ ହେଁ କୌଣସି କାରଣ ବଶତଃ ତାହା ଧର୍ମଗଡକୁ ସ୍ଥାନାନ୍ତର ହୋଇଥିଲା। ସେହି ଦିନଠାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ। ଦଣ୍ଡପାଟ ଅଞ୍ଚଳର ବେହେରା ଏକ ମୂଖ୍ଯ ସ୍ଥଳ। ଗୋଟାଏ ପଟେ ବ୍ୟବସାୟିକ ସ୍ଥଳ ହୋଇଥିବା ବେଳେ ଦୈନନ୍ଦିନ ଲକ୍ଷ ଲକ୍ଷ ଟଙ୍କାର ଲେଣଦେଣାର କାରବାର ଚାଲେ।ଏହି ପରିପେକ୍ଷିରେ ଆଜି ବ୍ୟାଙ୍କ ସ୍ଥାପନ ହୋଇଥିବା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଏଥିପାଇଁ ଅଞ୍ଚଳବାସୀ ଷ୍ଟେଟ ବ୍ୟାଙ୍କ କତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.