ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜ୍ଞାନ ବିଜ୍ଞାନ ମେଲା ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ମୁରଲୀଧର ଆଚାରୀ, ବାଲସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା ଓ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ପ୍ରବୀଣ କୁମାର ବେହେରା ମଞ୍ଚାସୀନ ରହି ଜ୍ଞାନ ବିଜ୍ଞାନ ମେଳା ଉପରେ ଆଲୋକପାତ କରିଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ଶିଶୁବାଟିକା ବିଭାଗରୁ ୩୮ଟି, ୧ମ ଶ୍ରେଣୀରୁ ୨୬ଟି, ୨ୟ ଶ୍ରେଣୀରୁ ୨୬ଟି, ୩ୟ ଶ୍ରେଣୀରୁ ୨୦ଟି, ଶିଶୁବର୍ଗରୁ ୨୨ଟି, ବାଲବର୍ଗରୁ ୧୫ଟି ଓ କିଶୋର ବର୍ଗରୁ ୩ଟି ଏହିପରି ମୋଟ୧୪୨ଟି ପ୍ରକଳ୍ପ ଆସିଥିଲା ଏବଂ ବିଭିନ୍ନ ପ୍ରଶ୍ନମଞ୍ଚରେ ମୋଟ୮୪ଜଣ , ପତ୍ରବାଚନରେ ୧୨ ଜଣ, ବିଜ୍ଞାନ ପ୍ରୟୋଗରେ ୪ଜଣ, ଆଶୁଭାଷଣରେ ୪ ଜଣ, କଥାକଥନରେ ୪ ଜଣ ଶିଶୁ ଭାଗ ନେଇଥିଲେ। ସର୍ବମୋଟ୨୫୮ ଜଣ ପ୍ରତିଭାଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଠାରେ ଯେଉଁ ଶିଶୁମାନେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ସେମାନେ ଆଗାମି ଦିନରେ ହେବାକୁ ଥିବା ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦାନ କରିବେ ବୋଲି ଜଣାପଡିଛି। ପରିଶେଷରେ ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।