ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ : ପ୍ରଗତି କଲେଜର ସୌରଭ କୁମାର ପଶ୍ଚିମ ଓଡିଶା ଟପ୍ପର

● ପ୍ରଗତି କଲେଜର ନଅ ଜଣ ଛାତ୍ରଛାତ୍ରୀ ୯୦ରୁ ଉର୍ଦ୍ଧ୍ବ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ଗତକାଲି ପ୍ରକାଶିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସୌରଭ କୁମାର ୫୭୬ ମାର୍କ ରଖି ପଶ୍ଚିମ ଓଡିଶା ଟପ୍ପର ହୋଇଛନ୍ତି । ସୌରଭ କୁମାର ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ୯୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଥିଲେ । ସେହିପରି ସୁଶାନ୍ତ କୁମାର ନାଏକ ୫୬୯ ମାର୍କ, ତପନ କୁମାର ବେହେରା ୫୫୪ ମାର୍କ,  ସୁଜିତ ରଞ୍ଜନ ଦୁବେ ୫୫୩ ମାର୍କ, ଆରତୀ ମହାରଣା ୫୪୭ ମାର୍କ, ମୁକେଶ ଅଗ୍ରୱାଲ ୫୪୬ ମାର୍କ,  ଶ୍ରୀତମ ବାଗ ୫୪୬ ମାର୍କ,  ବେଣୁଧର କେତକି ୫୪୬ ମାର୍କ,  ସତ୍ୟପିର ପାତ୍ର ୫୪୪ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ କଲେଜର ଫଳାଫଳ ଶତ ପ୍ରତିଶତ ରହିଛି । ସେହିପରି ସିବିଏସଇ ଦ୍ୱାଦଶ ବିଜ୍ଞାନ ପରୀକ୍ଷାରେ ନୀତିଶ କୁମାର ବେହେରା ୯୭ ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଉକ୍ତ ଫଳାଫଳକୁ ନେଇ କଲେଜର ଚେୟାରମ୍ୟାନ ସୁଶ୍ରୀ ସଂଗୀତା ପଣ୍ଡା ଏବଂ ସମ୍ପାଦକ ଅଜୟ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.