ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଭବାନୀପାଟଣା ସହରର ସନ୍ତୋଷ ଆଚାର୍ଯ୍ୟ ଓ ଗୁରୁତର ଆହତ ବ୍ୟକ୍ତି ଜଣକ ଥୁଆମୂଳ ରାମପୁର ଅଞ୍ଚଳର ସୁଶାନ୍ତ ସାହୁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଆମପାଣି ପୋଲିସ ଗୁରୁତରଙ୍କୁ ଉଦ୍ଧାର କରି ବିଭାଗୀୟ ଗାଡିରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିବା ବେଳେ ସନ୍ତୋଷ ଆଚାର୍ଯ୍ୟଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଆମପାଣି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.