ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ଗୁରୁଦିବସ ପାଳନ ଜୟପାଟଣା ବ୍ଲକରେ ସ୍ଥିରିକୃତ ହୋଇ ଥିବାରୁ ଏକ ପ୍ରସ୍ତୁତି ବୈଠକ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଜୟପାଟଣା ବ୍ଳକ ଶିକ୍ଷକ ସଂଘ କାର୍ଯକାରୀ ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରାମର୍ଶଦାତା ତଥା ବରିଷ୍ଠ ଶିକ୍ଷକ ଭୁବନେଶ୍ୱର ପଟ୍ଟନାୟକ, ଗଣେଶ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଧରମା ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୨ଗୋଟି କ୍ଳଷ୍ଟରର ଶିକ୍ଷକ ପ୍ରତିନିଧି ଏବଂ ସିଆରସିସି ରମାକାନ୍ତ ମାଝୀ, ଶ୍ରୀ ଦେବେନ୍ଦ୍ର ରାଉତ, ଶିଦ୍ଦେଶ୍ବର ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ଧଙ୍ଗଡା ମାଝୀ ଏବଂ କପିଳ ଶବରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁବାଷ ବିଶ୍ବାଳ, ବୈଳୋଚନ ସାହୁ, ଉଦ୍ଧବ ବାଗ, ଗଣେଶ ଶବର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.