ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଓଡିଶା କୃଷକ ସଭା ରିଷିଡା ଶାଖା ପକ୍ଷରୁ ଆଜି ଚକାଜାମ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକର ରିଷିଡା ଠାରେ ସିପିଆଇଏମ ଶାଖା ସମ୍ପାଦକ କମ୍ରେଡ ଶତ୍ରୁଘନ ରଣାଙ୍କ ନେତୃତ୍ୱରେ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ସମସ୍ତ ଫସଲର ଏମଏସପି ନିର୍ଦ୍ଧାରଣ, କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିବା, ଜନବିରୋଧୀ ବିଦ୍ୟୁତ ବିଲ ପ୍ରତ୍ୟାହାର, ଲଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ ପାଇଁ ଦାବିକରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏଥିରେ ଦୁର୍ଯ୍ୟୋଧନ ନାଗ, ମଦନ ରଣା, ଜନ୍ମେଜୟ ରଣା, ନାରାୟଣ ମଲ୍ଲିକଙ୍କ ସମେତ ବହୁ କୃଷକ ସାମିଲ ହୋଇଥିଲେ ।