କେନ୍ଦ୍ର ସାହିତ୍ଯ ଅକାଦେମୀ ଦ୍ବାରା ସୁଜିତ ସତପଥିଙ୍କ “ନୁରା” ପ୍ରକାଶିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ଯେଉଁ ସମୟରେ ପୃଥିବୀର ଅନେକ ଭାଷା ଲୋପ ପାଇ ବସୁଛି, ସେହି ସମୟରେ ଦିନକୁ ଦିନ ଆହୁରି ଉଦଭାସିତ ହେଉଛି କୋଶଲୀ ସମ୍ବଲପୁରୀ ଭାଷା । କବି ଲେଖକମାନେ ଅଂଚଳର ସଂସ୍କୃତି ପରମ୍ପରା ଐତିହ୍ଯକୁ ନେଇ ସୃଷ୍ଟି କରିଚାଲିଛନ୍ତି ସାହିତ୍ଯ, ଉପଭାଷାର ଶିକୁଳିକୁ ଛିଣ୍ଡାଇ ସମ୍ବିଧାନର ଅଷ୍ଟମ ସୂଚୀରେ ଭାଷାକୁ ସାମିଲ କରିବାର ଦାବି ଓ ପ୍ରଚେଷ୍ଟା ଜୋର୍ ଧରିଛି। ଭାଷାର ମାଧୁର୍ଯ୍ୟ ଏବେ ଖାଲି ଦେଶରେ ନୁହଁ ବିଦେଶରେ ମଧ୍ଯ ଲୋକଙ୍କୁ ଆକର୍ଷିତ କଲାଣି । ଆଉ ଏ ଭିତରେ ଯୁବ କବି ସୁଜିତ କୁମାର ସତପଥିଙ୍କ କବିତା ସଂକଳନ “ନୁରା” କେନ୍ଦ୍ର ସାହିତ୍ଯ ଅକାଦେମୀ, ନୂଆଦିଲ୍ଲୀର ଲାଙ୍ଗୁଏଜ୍ ଡେଭେଲପମେଣ୍ଟ ବୋର୍ଡ ଦ୍ବାରା ଅନୁମୋଦିତ ହୋଇ ପ୍ରକାଶିତ ହୋଇସାରିଛି ଏବଂ ଆଉ ଗୋଟେ ପାଦ ଆଗେଇଛି ଭାଷାର ସ୍ବୀକୃତିର।

Omkar Vasthu
Omkar Vasthu

ଚଳନ୍ତି ସମୟର ଆଶ୍ବାସନା ସହ ହଜିଯାଇଥିବା ସମୟର ପ୍ରତିଶୃତିକୁ ମାନବିକତା ଓ ମନସ୍ତାତ୍ତ୍ବିକ ଦୃଷ୍ଟିରେ ଖୋଜି ପ୍ରକାଶିତ କରୁଥିବା ଏଇ ସଂକଳନଟି ଭାଷା ସାହିତ୍ଯରେ ଗୋଟେ ମାଇଲଖୁଣ୍ଟ ହେବାର ଦୃଢ ଆଶାପୋଷଣ ତଥା ଆଲୋଚନା କରୁଛନ୍ତି ଅଂଚଳର ବୁଦ୍ଧିଜୀବୀ, କବି ଓ ଲେଖକମାନେ । ପ୍ରକାଶିତ ଥାଉ କି ପୂର୍ବରୁ କବି ସୁଜିତଙ୍କର କେନ୍ଦ୍ର ସାହିତ୍ଯ ଅକାଦମୀର ନବୋଦୟ ଯୋଜନା – ୨୦୧୫ ରେ ମନୋନୀତ ଓ ପ୍ରକାଶିତ “ଇଚ୍ଛାଭାଟି” ସହ, “ଚତୁର୍ଥ ପୁରୁଷ”, “ଶବ୍ବରେ ଶବ୍ବରେ”, “ଛୁଟିଦେବା ସମୟକୁ” ଆଦି କବିତା ସଂକଳନ ଓ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ” ଆଲୋଚନା ପୁସ୍ତକଟି ବେଶ ପାଠକୀୟ ସ୍ବୀକୃତି ପାଇସାରିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.