ନର୍ଲାରେ ଅଭାବୀ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଠପ୍, ଚିନ୍ତାରେ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଗତ ବର୍ଷ ସମ୍ପୂର୍ଣ୍ଣ ମରୁଡି ପରିସ୍ଥିତି ସୃଷ୍ଟି ହୋଇପଡିଥିଲା । ଜମି ସବୁରେ ପାଣି ଅଭାବ ହେତୁ ଋଆ ବେଉଷଣ କରି ନପାରି ଜମି ସବୁ ପଡିଆ ଛାଡି ଦେଇଥିଲେ ଚାଷୀ । ଯେଉଁ ଚାଷୀ ମାନେ ଋଆ ବେଉଷଣ କରିଥିଲେ ହେଲେ ବିଲରେ ପାଣି ଅଭାବ ଯୋଗୁଁ ବିଲ ସବୁ ଫାଟି ଧାନ ଗଛ ସବୁ ମରିଯାଇଥିଲା । ଚଳିତ ବର୍ଷ ମଧ୍ୟ ବର୍ଷାଋତୁ ଆରମ୍ଭରୁ ଅଭାବୀ ବର୍ଷା ଯୋଗଁ ବିଲ ଗୁଡିକରେ ପାଣି ନାହିଁ । ଫଳରେ ଧାନ ପଲ୍ଲା ବୁଢା ହୋଇଯିବାକୁ ବସିଥିବା ବେଳେ ଚାଷୀ ଋଆ ବେଉଷଣ କରି ନପାରି ମୁଣ୍ଡରେ ହାତ ଦେଇ ବସିଛି । ଜୁନ ମାସରେ ପ୍ରାକ୍ ମୌସୁମିର ପ୍ରବେଶ ଖବର ଜାଣି ଚାଷୀ ଏବର୍ଷ ଭଲ ଫଲସଲ ହେବ ବୋଲି ଆଶା ବାନ୍ଧି ବସିଥିଲେ । ହେଲେ ବର୍ଷା ନିରାଶ କରିଛି । ଅଭାବୀ ବ୍ୟର୍ଷା ଯୋଗୁଁ ଏବେ ଚାଷ କାର୍ଯ୍ୟ ଠପ୍ ହୋଇ ପଡିଛି । ଗତବର୍ଷ ଭଳି ଋଆ ରଖିଥିବା ଜମି ସବୁ ପଡିଆ ପଡିବ ବୋଲି ଚାଷୀ ନିରାଶ ହୋଇ ଭାଙ୍ଗି ପଡିଥିବା ଦେଖିବାକୁ ମିଳୁଛି । ଜୁନ ମାସ ପହିଲାରୁ ଜୁଲାଇ ମାସ ଶେଷ ଯାଏଁ ନର୍ଲା ଅଞ୍ଚଳରେ ମାତ୍ର ୮ ମିଲି ମିଟର ରୁ ମଧ୍ୟ କମ୍ ବର୍ଷା ହୋଇଥିବା ଜଣାପଡିଛି ଯାହାକି ହୀନରୁ ଅତି ହୀନ ବୃଷ୍ଟି ବୋଲି କୁହାଯାଉଛି । ଅଳ୍ପ କିଛି ଚାଷୀ ଗାଡିଆ ପୋଖରୀରୁ ପାଣି ଯୋଗାଡ କରି ଋଆ ବେଉଷଣ ଚଳେଇ ଥିବା ବେଳେ ସେ ଚାଷ ମଧ୍ୟ ଧାନ ଅମଳ ପର୍ଯ୍ୟନ୍ତ ବଞ୍ଚିବ କି ନାହିଁ ସନ୍ଦେହ ମଣିଲେଣି । ଅନ୍ୟପକ୍ଷେ ଜୁଲାଇ ୩୧ ଫସଲ ବୀମା ର ଶେଷ ଦିନ ଜାଣି ଫସଲ ବୀମା କରିବା ପାଇଁ ଚାଷୀ ବ୍ୟାଙ୍କୁ ଯାଇ ଜାଣିବାକୁ ପାଇଲେ ଅନ୍ୟ ଜଣେ କେହି ଦୁର୍ବୁର୍ତ୍ତ ଚାଷୀଙ୍କ ଫସଲ ବୀମା କରି ଦେଇଛି । ଏବେ ଚାଷୀ ଥାନା ଓ କୋର୍ଟ କଚେରୀ ଧାଇଁ ବୁଲୁଛନ୍ତି ସେମାନଙ୍କ ହକ ପାଇଁ । ଏଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦିଅନ୍ତୁ ବୋଲି ଚାଷୀ ମହଲରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.