ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଗତ କିଛି ଦିନ ଧରି ରାତିରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ବୁଲୁଥିବା ଏବଂ ଚୋରି ଡକାୟତି କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଲୋକଙ୍କ ମନରେ ଭୟ ସଞ୍ଚାର ହେଉଛି। ସେହିଭଳି ଭାବରେ ଜୟପାଟଣା ବ୍ଳକରେ ମଧ୍ୟ ଏହି ଖବର ପ୍ରଭାବ ଦେଖିବାକୁ ମିଳୁଛି। ସନ୍ଧ୍ୟା ପରେ ରାସ୍ତା ଘାଟ ଖାଁ ଖାଁ ଲାଗୁଥିବା ବେଳେ ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି। ଏମିତି କି ଜୟପାଟଣା ବ୍ଲକର ଅନେକ ପଞ୍ଚାୟତର ଗ୍ରାମ ଗୁଡିକରେ ଯୁବକ ମାନେ ସଂଘ ବଦ୍ଧ ହୋଇ ଗ୍ରାମର ସୁରକ୍ଷା ପାଇଁ ଦଳ ଦଳ ହୋଇ ବିଭିନ୍ନ ଗଳି, ଛକ, ରାସ୍ତାରେ ଠେଙ୍ଗା ଧରି ରାତିରେ ପହରା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଐର୍ଶ୍ବର୍ଯ୍ୟ କୁମାର ଦାସ ନିଜ ପଞ୍ଚାୟତରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ସରପଞ୍ଚଙ୍କ ଏହି ନିଆରା ଉଦ୍ୟମ ପଞ୍ଚାୟତର ଜନ ସାଧାରଣ ମଧ୍ୟ ସାଧୁବାଦ ଜଣାଛନ୍ତି। ଏ ନେଇ ଜୟପାଟଣା ପୋଲିସ ପ୍ରଶାସନ ମଧ୍ୟ ରାତି ତମାମ ପେଟ୍ରୋଲିଙ୍ଗ୍ କରିବା ପାଇଁ ସାଧାରଣରେ ଦାବି ହୋଇଛି।