ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଧାମନପୁରର ମିଳିତ ଉଦ୍ୟମରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧାମନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତି, ସହଶିକ୍ଷକ ମନୋଜ କୁମାର ସୁନାନି ଏବଂ କ୍ରୀଡା ଶିକ୍ଷକ ଯଶୋବନ୍ତ ପୁରୋହିତ ପ୍ରମୁଖ ଯୋଗଦେଇ ଉପସ୍ଥିତି ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷରପଣର ଉପକାରିତା ବିଷୟରେ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ହିଁ ପରିବେଷ ପ୍ରତି ଆଗ୍ରହ ହୋଇ ଅଧିକରୁ ଅଧିକ ଗଛ ଲଗେଇବା ପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସ୍କୁଲ ପରିସର ରେ ପିଜୁଳି ଗଛ, ଗମ୍ଭାରୀ, ଅମୃତ ଭଣ୍ଡା, କରନ ଚାରା ରୋପଣ କରାଯାଇଥିଲା । ଆଗାମୀ ଦିନରେ ସ୍କୁଲ ଆଉ ନେହେରୁ ଯୁବକେନ୍ଦ୍ର ମିଳିତ ସହଯୋଗରେ ସ୍କୁଲର ଖେଳ ପଡିଆ, ରାସ୍ତାରେ ଗଛ ଲଗେଇବାପାଇଁ ସ୍କୁଲର ପ୍ରଧାନ ଶିକ୍ଷକ କହିଥିଲେ । ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କଳାହାଣ୍ଡି ନେହେରୁ ଯୁବକେନ୍ଦ୍ର ସ୍ବେଛାସେବୀ ଛବିଲାଲ ତାଣ୍ଡି ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସ୍କୁଲର ଶିକ୍ଷକ ମନୋଜ କୁମାର ସୁନାନି ସହଯୋଗ କରିଥିଲେ ।