ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରର ଦୁରାବସ୍ଥା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଦୁରାବସ୍ଥା ନେଇ ଅଞ୍ଚଳବାସୀଙ୍କ ତରଫରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଆଜକୁ ଦୀର୍ଘ ବର୍ଷ ହେଲା ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ବହୁ ଦୟନୀୟ ଅବସ୍ଥାରେ ଗତି କରୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ କିମ୍ବା ସୁଧୁରିବାର ନାଁ ଧରୁନି। ଅଞ୍ଚଳବାସୀ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଠାରେ ଆବଶ୍ୟକ ପରିମାଣ ଡାକ୍ତର ତଥା ଆନୁସଙ୍ଗିକ ବ୍ୟବସ୍ଥାର ସମସ୍ୟା ଲାଗିରହି ଥିବାରୁ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ମଧ୍ୟ ବାହାରକୁ ଯାଇ ରୋଗୀଙ୍କୁ ହଇରାଣ ହେବାକୁ ପଡୁଛି। ଅପରପକ୍ଷେ ସିନାପାଲି ଅଞ୍ଚଳର ଯୁବକ ମାନଙ୍କ ସଚେତନତା କାରଣରୁ ଏଠାରେ ଯଥେଷ୍ଟ ସଂଖ୍ୟକ ରକ୍ତଦାତା ଅଛନ୍ତି। ଏବଂ ନିୟମିତ ସ୍ବେଚ୍ଛାକୃତ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚିବାରେ ସହାୟକ ହେଉଛନ୍ତି। ଏଠାରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ରକ୍ତ ଯଥା ସମୟରେ ମିଳିଥାଏ। ହେଲେ ସିନାପାଲି ଡାକ୍ତରଖାନାରେ ରକ୍ତଦେବା କିମ୍ବା ନେବାର କୌଣସି ବ୍ୟବସ୍ଥା ନଥିବାରୁ ଉଭୟ ରକ୍ତଦାତା ଓ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏଣୁ ସିନାପାଲି ଡାକ୍ତରଖାନାରେ ଥିବା ଡାକ୍ତର ସମସ୍ୟାର ସମାଧାନ କରିବା ସହିତ ରକ୍ତଦେବା ଓ ନେବାର ବ୍ୟବସ୍ଥା କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଅଞ୍ଚଳବାସୀଙ୍କ ତରଫରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଅବଗତ କରାଇବା ସହ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ଦଳରେ ସୋମନାଥ ଦାସ, ଲକ୍ଷ୍ମଣ ରଣା, ସୁରଜ ମେହେର, ପ୍ରଭାତ ମେହେର, ରାହୁଲ ମେହେର, ଆଲୋକ ମେହେର, ଅରୁଣ ମେହେର, ବୁଦ୍ଧଦେବ ମେହେର ପ୍ରମୁଖ ସାମିଲ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.