କିସାନ ସଂଘ ପକ୍ଷରୁ ଅତିରିକ୍ତ ରାଜସ୍ୱ ସଚିବଙ୍କୁ ଦାବୀପତ୍ର ପ୍ରଦାନ
କଳାହାଣ୍ଡି/ ଓଡିଆ ବାର୍ତ୍ତା (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ତହସିଲ ଅଫିସକୁ ରାଜ୍ୟ ସରକାରଙ୍କ ଅତିରିକ୍ତ ରାଜସ୍ୱ ସଚିବ ଆସିଥିବା ବେଳେ ଏହି ତହସିଲରେ କାର୍ଯ୍ୟରତ ଥିବା ଅତିରିକ୍ତ ତହସିଲଦାର ପ୍ରଭାସ ବୋଡାୟକଙ୍କୁ ଅନିତ୍ର ଡେପୁଟେସ ହୋଇଥିବାରୁ ଏହି ଡେପୁଟେସନ ବାତିଲ କରିବା ଦାବୀରେ ଆଜି ଗୋଲାମୁଣ୍ଡା ବ୍ଲକ କିସାନ ସଂଘ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କିସାନ ସଂଘର ଅଭିଯୋଗ ଯେ, ଗୋଲାମୁଣ୍ଡା ବ୍ଲକରେ ୨୮ ଗୋଟି ଗ୍ରାମପଞ୍ଚାୟତକୁ ଛଅ ଗୋଟି ଆରଆଇ ସର୍କଲ ଓ ୧୩୦ ଗୋଟି ଗ୍ରାମ ଅଛି । ଏହି ତହସିଲରେ ଶ୍ରୀ ବୋଡାୟକ ସହକାରୀ ତହସିଲଦାର ଥିବା ସମୟରେ ଲୋକେ ଅନେକ କାମ ସହଜ ଓ ଠିକ ସମୟରେ ହୋଇ ପାରୁଥିଲା କିନ୍ତୁ ତାଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ଦେଇଥିବାରୁ ବର୍ତ୍ତମାନ ତହସିଲରେ ଲୋକଙ୍କ ଅନେକ କାର୍ଯ୍ୟ ପଡିରହୁଛି । ତାଙ୍କୁ ପୁଣି ଥରେ ଗୋଲାମୁଣ୍ଡା ତହସିଲର ସହକାରି ତହସିଦାର ଦାୟୀତ୍ୱ ପ୍ରଦାନ କଲେ ଲୋକଙ୍କ ସମସ୍ୟା ଦୂର ହେବ । ଏଣୁ ଶ୍ରୀ ବୁଡାୟକଙ୍କୁ ଯଥା ଶିଘ୍ର ଗୋଲାମୁଣ୍ଡା ତହସିଲକୁ ଫେରାଇ ଆନିବାକୁ କିସାନ ସଂଘ ଦାବୀ ପତ୍ରରେ ଉଲ୍ଲେଖ କରିଛି । ଏହି ଦାବୀପତ୍ର ଦେବା ସମୟରେ କିସାନ ସଂଘ ସଭାପତି ସାଉଲ ମଙ୍ଗରାଜ, ସଂପାଦକ ପ୍ରସନ୍ନ ରାଉତଙ୍କ ସମେତ କିସାନ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।






