ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ୪୨ମୌଜାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା ୧୪ ଅଗଷ୍ଟ ଦିନ ସକାଳ ୧୦ ଟାରେ ଏହି ତ୍ରିରଙ୍ଗା ଯାତ୍ରା କଟକ ସଦର ୪୨ ମୌଜା ଝିଙ୍କିରିଆ ରଣାଷଣ୍ଢ ମନ୍ଦିରରୁ ବାହାରି ନୀଳକଣ୍ଠ ପୀଠ ବରାଳରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମ ଭାରତର ୭୫ତମ ସ୍ଵାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସ୍ଵତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସମିତି, ୪୨ ମୌଜାର କାର୍ଯ୍ୟକାରିଣୀ କମିଟି ସଭାପତି ଶ୍ରୀଯୁକ୍ତ ନାରାୟଣ ମହାନ୍ତି ଓ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରାଷ୍ଟ୍ରୀୟ ଏକତା ଓ ଉତ୍ତମ ନାଗରିକତ୍ବ ନିର୍ମାଣ। ଏହି ତ୍ରିରଙ୍ଗା ଯାତ୍ରାରେ ବହୁ ପ୍ରତିଭାବାନ ବ୍ୟକ୍ତି ଓ ପୂର୍ବ ସୈନିକ ଯୋଗଦାନ କରିବେ। ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ସଭା ଗୃହରେ ଅନୁଷ୍ଠିତ ବୈଠକରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ଦେବତା, ସର୍ବ ବ୍ୟବସ୍ଥା ପ୍ରମୂଖ ଅଶିମ ଦାସ, ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ଆଚାର୍ଯ୍ୟ, ଅଭ୍ୟର୍ଥନା କମିଟି ପ୍ରମୁଖ, ଦେବେନ୍ଦ୍ର ସ୍ବାଇଁ, ମହିଳା ପ୍ରମୁଖ ଜୟନ୍ତୀ ସାହୁ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଆର୍ତ୍ତ ଭଞ୍ଜନ ମହାପାତ୍ର, ଗାନ୍ଧୀ ଗିରୁ ଦାସ, ଅନୀଲ ମହାପାତ୍ର, ଅଜୟ ନାୟକ, ସାଗର ବେହେରା, ଅମର ଦାଶ, ସୁରେଶ ପ୍ରଧାନ, ସୁଜିତ ଦାସ ଏବଂ କୃଷକ ଓ ଶ୍ରମିକ ନେତା ଦେବୀପ୍ରସାଦ ପତି, ଅମର ଦାଶ ପ୍ରମୁଖ ଯୋଗଦେଇଥିଲେ। ବିଶେଷ କରି ଯୁବକ, ଯୁବତୀ, ଛାତ୍ର, ଛାତ୍ରୀ ମାନେ ଏହି ଯାତ୍ରାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।