ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ

ଶ୍ରମିକ ବଦଳରେ ମେସିନ କରୁଛି କାମ, ଉଚ୍ଚ ସ୍ତରୀୟ ତଦନ୍ତ ଦାବିକଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକରେ ବାଟବଣା ହୋଇଛି ମନରେଗା ଯୋଜନା । ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର । କିନ୍ତୁ କିଛି ଅସାଧୁ କର୍ମଚାରୀ ବାଟମାରଣା କରି ରାତାରାତି ମନରେଗା ଯୋଜନାରେ ମେସିନ ଲଗାଇ ପୋଖରୀ ଖନନ କରୁଥିବା ଅଭିଯୋଗ ଆସିଛି । ମଣିଷ ବଦଳରେ ରାତିଅଧିଆରେ ମେସିନ ଲଗେଇ ବେଧଡ଼କ ଚାଲିଛି କାମ । ଏଭଳି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତର ଦମାଘାଟି ଗାଁରୁ । ମନରେଗା ଯୋଜନାରେ ମଣିଷ ବଦଳରେ ଏଠାରେ ମେସିନ କାମ କରୁଛି । ତେଣୁ ଲୋକେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାର ଦାଦନ ମୃତ୍ୟୁ ହାର ମଧ୍ୟ ଏଠାରେ ଅଧିକ । ବ୍ଲକର କିଛି ଅପାରଗ କର୍ମଚାରୀ, ଗ୍ରାମରୋଜଗାର ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲାଞ୍ଜିଗଡ଼ ବ୍ଲକରେ ଏବେ ଦୁର୍ନୀତି ଶିଖରରେ ପହଞ୍ଚିଥିବା ଅଭିଯୋଗ ହେଉଛି । ଏଥିରେ ଲୋକ ପ୍ରତିନିଧି, ପ୍ରଶାସନ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମନରେଗା ଯୋଜନାର କୋଟିକୋଟି ଟଙ୍କା ହଡ଼ପରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ମନରେଗା ଯୋଜନାରେ କୋଟିକୋଟି ଟଙ୍କା ହଡ଼ପ ହେଉଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ତୁରନ୍ତ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀଙ୍କ ଦାବି ହୋଇଛି । ଏ ବିଷୟରେ ମନରେଗା ବ୍ଲକ ଏପିଓ ସଞ୍ଜିତ କୁମାର ପରିଡ଼ାଙ୍କୁ ପଚାରିବାରୁ  ଏବିଷୟରେ ଜାଣିନି ଆସନ୍ତା କାଲି ତଦନ୍ତ କରିବି ବୋଲି କହିଛନ୍ତି । ତେବେ ଏଥିପ୍ରତି ଉଚ୍ଚ ସ୍ତରୀୟ ତଦନ୍ତ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.