ଓଡ଼ିଆ ବାର୍ତ୍ତା/ ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ବଡିଆଓସ୍ତା ଗ୍ରାମ ସ୍ଥିତ ଇନ୍ଦିରା ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ସଂକର୍ଷଣ ସାବତ ଅବସର ଗ୍ରହଣ କରିଛନ୍ତି। ୧୯୮୭ ମସିହାରେ ସେ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ସେ ଜଣେ ମିଷ୍ଟଭାଷୀ, ଶିଷ୍ୟବତ୍ସଳ, ମେଳାପୀ ଓ ଗ୍ରାମବାସୀଙ୍କ ପ୍ରିୟପାତ୍ର ଥିଲେ। ତାଙ୍କ ଅବସରରେ ସହକର୍ମୀ ଶିକ୍ଷକ, ଗ୍ରାମବାସୀ ଓ ଶିଷ୍ୟମାନେ କୋହଭରା ହୃଦୟରେ ଅବସର କାଳୀନ ବିଦୟ ସମ୍ବର୍ଦ୍ଧନା ଅର୍ପଣ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏବିଇଓ ଶୁକଦେବ ମଲ୍ଲିକ, ସିଆରସିସି ଚିନ୍ତାମଣୀ ସେଠୀ, ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଷଡ଼ଙ୍ଗୀ, ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ମିଶ୍ର, ଗଗନ ବିହାରୀ ଆଚାର୍ଯ୍ୟ ଓ ପ୍ରମୋଦ କୁମାର ବାହିନୀପତିଙ୍କ ସମେତ ଛାତ୍ରଛାତ୍ରୀ, ସହକର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଶ୍ରୀ ସାବତ ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ଜଣେ ଉଚ୍ଚକୋଟୀର ମଞ୍ଚ ଅଭିନେତା ଓ ବିଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଅଟନ୍ତି।