ସ୍ବର୍ଗତ ରଘୁନାଥ ଗଉଡଙ୍କ ଶୋକସଭା

 

କଳାହାଣ୍ଡି, ୧୮/୧୧:
ନର୍ଲା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ଗଉଡଙ୍କ ଆବର୍ତମାନରେ ଆଜି ତାଙ୍କ ବାସଭବନରେ ଶୋକସଭା ତଥା ଗଙ୍ଗାଭୋଜି ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ପୁରୀଠାରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ହୋଇଥିଲା । ସ୍ବର୍ଗତ ରଘୁନାଥ ଜଣେ ଛାତ୍ର ଓ ବନ୍ଧୁ ବତ୍ସଳ ଶିକ୍ଷକ ତଥା ଆମୟିକ ସ୍ବଭାବର ବ୍ୟକ୍ତି ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା ।

Omkar Vasthu
Omkar Vasthu

ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସେ ତାଙ୍କ ପତ୍ନୀ ପାର୍ବତୀ, ଦୁଇ ପୁଅ ନବୀନ ଓ ନିରଞ୍ଜନ, ପୁତ୍ରବଧୁ ମମତା, ଝିଅ ଜ୍ବାଇଁ ନିର୍ମଳା – ଉଦୟ , ନିରୁଆ – ରମେଶ, ନନ୍ଦୀନୀ – କୁରାଙ୍କ ସମେତ ଜ୍ଞାତି କୁଟୁମ୍ବ, ବନ୍ଧୁବାନ୍ଧବଙ୍କୁ ପଛରେ ପକାଇ ଚାଲିଗଲେ । ଅଜି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅାସିଥିବା ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ବନା ପ୍ରଦାନ କରିବା ସହ ସ୍ବର୍ଗତ ରଘୁନାଥଙ୍କ ସ୍ମୃତିଚାରଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.