ଧନସରା ପୁରୁଣା ଟ୍ରାନ୍ସଫର୍ମରରୁ ହାଇସ୍କୁଲ ରାସ୍ତା ମରାମତି ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଗାଁ ଗଣ୍ଡାର ଲୋକଙ୍କ ପାଖରେ ଅନେକ ଯୋଜନାର ସୁଫଳ ପହଂଚି ପାରୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋକସରା ବ୍ଲକ କାସିବାହାଲ ପଂଚାୟତ ଧନସରା ଗ୍ରାମରେ । ଧନସରା ପୁରୁଣା ଟ୍ରାନ୍ସଫର୍ମର ରୁ ହାଇସ୍କୁଲକୁ ଯିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସାମାନ୍ୟ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇ ପଡୁଛି । ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ପଂଚାୟତକୁ ପିଡ଼ିଏସ ସାମଗ୍ରୀ ଆଣିବାକୁ ଯାଇଥାନ୍ତି। ଏହାସହ ଆରଆଇ ଅଫିସ ଓ ଦୈନନ୍ଦିନ ଯାତାୟତ ପାଇଁ ଏହି ରାସ୍ତା ହିଁ ଭରସା । ତେବେ ରାସ୍ତାରେ ଆଣ୍ଠୁଏ କାଦୁଅ ହେଉଥିବାରୁ ମୋଟର ସାଇକେଲ ଟିଏ କିମ୍ବା ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ, ଯାହା ନିଜ ଆଖିରେ ନ ଦେଖିଲେ ରାସ୍ତାର ଅବସ୍ଥାକୁ କେହି ବିଶ୍ୱାସ କରିବେନି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଆଜି ଧନସରା ଗ୍ରାମବାସୀ କୋକସରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଧନସରା ପୁରୁଣା ଟ୍ରାନ୍ସଫର୍ମରରୁ ହାଇସ୍କୁଲ ରାସ୍ତା ମରାମତି କରିବାକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ ପରେ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ବ୍ଲକ ଉପାଧ୍ୟକ୍ଷ ଶୀଘ୍ର ରାସ୍ତା ମରାମତି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.