ବର୍ଷାରେ ଭୁଶୁଡ଼ି ପଡ଼ିଲା କୁଡିଆ: ବେଘର ହୋଇଗଲେ ଗରିବ ପରିବାର, ସହାୟତା ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଂଚାୟତ ଖମାରି ଗ୍ରାମର ସେମାଁଚି ଦୋରାଙ୍କ ମାଟି ଘର ଲଗାଣ ବର୍ଷାରେ ଭୁଶୁଡି ପଡିଛି। ଫଳରେ ପରିବାର ଲୋକେ ଗୃହ ଶୂନ୍ୟ ହୋଇ ଅସହାୟ ଅବସ୍ଥାରେ ଅନ୍ୟ ଜଣକ ଘରେ ଆଶ୍ରୟ ନେଇଛନ୍ତି। ସିମାଁଚି ଦୋରା ଜଣେ ବିଧବା ମହିଳା। ସେ ଅତିଗରିବ ଶ୍ରେଣୀର ଦିନ ମଜୁରିଆ। ମୂଳ ଲାଗିଲେ ଚୁଲି ଜଳେ। ଆବାସ ଘର ଖଣ୍ଡିକ ପାଇଁ ସେ ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ନିଜ ମାଟି କୁଡ଼ିଆ ଘରେ ପରିବାର ସହ ଖରା ବର୍ଷାରେ ଜୀବନ ଯାପନ କରନ୍ତି ସିଁମାଚି। ଏବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ହଟାତ ଘର ଭୁଶୁଡି ପଡିଥିଲା। ଘରେ ଥିବା ପରିବାରବର୍ଗ ବାହାରକୁ ଚାଲି ଆସିଥିବାରୁ ଅଳ୍ପକେ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ। ପରିବାର ଲୋକେ ଏବେ ଅନ୍ୟ ଜଣକ ଘରେ ଆଶ୍ରୟ ନେଇଥିବା ଜଣା ପଡିଛି। ଏହି ପରିବାର ବେଘର ହୋଇ ପଡିଥିବାରୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.