ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ପାହାଡ଼ ପଦର ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଆଜି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ଗମ ପାହାଡ଼ ପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ଯୋଗଦେଇଥିଲେ।

Omkar Vasthu
Omkar Vasthu


ସମ୍ମାନୀତ ଅତିଥି ସରପଞ୍ଚ ଲକ୍ଷ୍ମଣ ମାଝି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଦସ୍ୟ ଜଗଦୀଶ ବେନିଆ, ନାଏବ ସରପଞ୍ଚ ବୈଦ୍ୟନାଥ ନାଏକ, ଗ୍ରାମ ରୋଜଗାର ସେବକ ଉଗ୍ରସେନ ବାଗ, ଯୋଗାଣ ସହାୟକ ଲିଙ୍ଗରାଜ ଦୁର୍ଗା, ମାଧବ ନାଏକ, ମାଧବ ବେଣିଆ, ସମସ୍ତ ୱାଡ ସଭ୍ୟ/ସଭ୍ୟାଙ୍କ ସମେତ ଗ୍ରାମ ପଞ୍ଚାୟତର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ତଥା ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.