ଭବାନୀପାଟଣାଠାରେ ପ୍ରଜ୍ଞା ବାହିନୀର ସାମୂହିକ ରକ୍ଷାବନ୍ଧନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଜ୍ଞା ବାହିନୀ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ଅପରାହ୍ନ ୪ ଟାରେ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକା ଦେବହୁତି କର, ଶିକ୍ଷାବିତ ସୁନନ୍ଦା ପଣ୍ଡା, ସମାଜସେବୀ କ୍ରିଷ୍ଣା ମୁଣ୍ଡ, ପ୍ରମିଳା ମିଶ୍ର, ପଦ୍ମିନୀ ପଣ୍ଡା ଓ ସୁନନ୍ଦା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା ଓ ରାକ୍ଷୀ ଅର୍ପଣ କରିବାପରେ ପ୍ରଜ୍ଞା ବାହିନୀର ମାଆ ଓ ଭଉଣୀମାନେ ଉପସ୍ଥିତ ସମସ୍ତ ଭାଇ ଓ ଗୁରୁଜନ ମାନଙ୍କୁ ବନ୍ଦାପନା କରି ହାତରେ ରାକ୍ଷୀ ବାନ୍ଧିଥିଲେ। ତା’ପରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ଭାଈ ଭଉଣୀର ସମ୍ପର୍କର ଡୋରିକୁ ଭାରତୀୟ ସଂସ୍କୃତିର ଏହି ମହାନ ପର୍ବ ରକ୍ଷା ବନ୍ଧନ ଆହୁରି ମଜଭୁତ କରିଥାଏ। ଶ୍ରୀମନ୍ଦିର ପୁରୀରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦେବୀ ସୁଭଦ୍ରା ରାକ୍ଷୀ ବାନ୍ଧିବା ପର୍ବ ଅନୁଷ୍ଠିତ ହେଉଥିବା ବେଳେ ଓଡିଶା ସମେତ ସମଗ୍ର ଦେଶରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଥାଏ। ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ଦିଗରେ ରକ୍ଷା ବନ୍ଧନ ଉତ୍ସବ ସେତୁବନ୍ଧ ଭଳି କାର୍ଯ୍ୟ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା ଓ ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଅଭିଭାଷଣ ପ୍ରଦାନ କରି ଉପସ୍ଥିତ ମାଆ ଓ ଭଉଣୀ ମାନଙ୍କୁ ରକ୍ଷା ବନ୍ଧନର ଅଭିନନ୍ଦନ ଜଣାଇଥିଲେ।

Udyog Nursery
Udyogi Nursery

ଗୁରୁ ସୁଧୀର ପଣ୍ଡା ଓ ଗୁରୁ ନରେନ୍ଦ୍ର ପଣ୍ଡାଙ୍କ ସଙ୍ଗୀତ ନିର୍ଦେଶନାରେ ସସ୍ମିତା ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବନଶ୍ରୀ ଦାଶ ଅତିଥି ପରିଚୟ ପ୍ରଦାନ ଓ ସୁଦେଷ୍ଣା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର, ଶେଷଦେବ ମିଶ୍ର, ରବୀନ୍ଦ୍ର ପଣ୍ଡା, ପ୍ରଜ୍ଞା ବାହିନୀର ସଦସ୍ୟା ସୁରମା ପଣ୍ଡା, ଚାରୁଲତ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.