ରାଜ୍ୟ ସରକାରଙ୍କ ଅଭିନବ ନିଷ୍ପତ୍ତି
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦେଶ ପାଳନ କରୁଛି ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ। ଆଗକୁ ଆସୁଛି ସ୍ବାଧୀନତା ଦିବସ। ଏହାକୁ ନେଇ ଓଡିଶା ସମେତ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଭରି ରହିଛି। ଏହାରି ମଧ୍ୟରେ ଓଡିଶା ସରକାର ନେଇଛନ୍ତି ଏକ ଅଭିନଭ ନିଷ୍ପତ୍ତି। ଓଡିଶାବାସୀ ମାଗଣାରେ ପାଇବେ ଜାତୀୟ ପତାକା। ରାଜ୍ୟବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ଦାୟିତ୍ୱ ଦିଆଯାଇଛି ମିଶନ ଶକ୍ତିକୁ। ସୂଚନା ଯୋଗ୍ୟ ଯେ, ମିଶନ ଶକ୍ତିର ମା ମାନେ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି।