ହାତିବନ୍ଧା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାଧର ମେହେର ଜୟନ୍ତୀ ପାଳନ କମିଟିର ସଭାପତି ସୁରେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖଡ଼ିଆଳର ପୂର୍ବତନ ଅଧ୍ୟକ୍ଷ ଫଣିନ୍ଦମ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ନିଖିଳ ଓଡିଶା ମେହେର ସମାଜ ସଭାପତି ବୈଷମ୍ପାୟନ ମେହେର, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମିତ୍ରଭାନୁ ମେହେର ଓ ସମ୍ମାନିତ ଅତିଥି ଭାବେ କବୟତ୍ରୀ ମାନିନୀ ମେହେର, ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ ପ୍ରମୁଖ ମଞ୍ଚସିନ ଥିଲେ। ଜୟନ୍ତୀ ପାଳନ କମିଟିର ସଦସ୍ୟ କ୍ଷୀରସିନ୍ଧୁ ମେହେର ଅତିଥି ସ୍ୱାଗତ ଓ ମଞ୍ଚସିନ ଅତିଥିଙ୍କ ପରିଚୟ ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥୀଙ୍କ ଦ୍ୱାରା ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ମଂଚାସୀନ ଅତିଥି ପୁଂଖାନୁପୁଂଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଓଡ଼ିଆ ସାହିତ୍ୟ ପ୍ରତି କବି ଗଙ୍ଗାଧର ମେହେରଙ୍କ ଅବଦାନ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ। ଏହି ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ବକୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଲାଇଟ, ଟେଣ୍ଟ ବ୍ୟବସ୍ଥା ଓ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିବା ଈଶ୍ୱର ମେହେର, ମନୋଜ ମେହେର କଳାକାର କିଶୋର ଧୀବର, ମନୋଜ ଭୋଇ, ଜନ୍ମେଜୟ ମେହେର, କେଶବ ମେହେର ପ୍ରମୁଖଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ଗଣପତି ବାଗ, ଡିସମ୍ବର ମେହେର, ପ୍ରେମାନନ୍ଦ ମେହେର ପ୍ରମୁଖଙ୍କ ସମେତ ବହୁ ମାତ୍ରାରେ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ହୁକୁମ ଚନ୍ଦ୍ର ଅଗ୍ରୱାଲ, ସୁବ୍ରତ ଠାକୁର, ରମେଶ ମେହେର, ଆନନ୍ଦାନନ୍ଦ ମେହେର, ରମେଶ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପାଳନ କମିଟିର ଉପସଭାପତି ପ୍ରଫୁଲ୍ଲ ଦଣ୍ଡସେନା, ଯୁଗ୍ମ ସମ୍ପାଦକ ଦିଲ୍ଲୀପ ବାରିକ, କୋଷାଧ୍ୟକ୍ଷ ଗୁଣସଗାର ବେହେରା, ସୁରେନ୍ଦ୍ର ମେହେର,ମନୋଜ ମେହେର,ଈଶ୍ୱର ମେହେର, ହେମନ୍ତ ମେହେର, ରମେଶ ମେହେର, ଜନ୍ମେଜୟ ମେହେର, ଡୋଳାମଣି ମେହେର, ମହେଶ ମେହେର, ଯୁଧିଷ୍ଠିର ମେହେର, ଅରବିନ୍ଦ ମେହେର, ଚନ୍ଦ୍ରମଣି ମେହେର, ଶ୍ରୀନିବାସ ମେହେର, ଯୌବନ ମେହେର, ରମେଶ ଚନ୍ଦ୍ର ମେହେର ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଜୟନ୍ତୀ ପାଳନ କମିଟିର ସମ୍ପାଦକ ଡୋଳାମଣି ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.