ରୁପ୍ରାରୋଡରେ ବନ୍ୟା ପରିସ୍ଥିତି: ଘରକୁ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡିର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରେଡ୍ ଜୋନ୍ ରେ ଥିବା କଳାହାଣ୍ଡିରେ ବର୍ଷା ଥମିବାର ନାଁ ନେଉନାହିଁ। ଏହାରି ମଧ୍ୟରେ ନର୍ଲା ବ୍ଲକ ରୁପ୍ରାରୋଡ ବସ୍ତିର ଅବସ୍ଥା ବେହାଲ ହୋଇପଡିଛି। ରୁପ୍ରାରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଲୋକଙ୍କ ଘରକୁ ବର୍ଷା ଜଳ ପଶିଯାଇଥିବା ଦେଖିବାକୁ ମିଳିଛି। ଏହାସହ ପାଣି ଘେରରେ ରହିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର। ୨୦୧୭ ଏବଂ ୨୦୧୮ ମସିହାରେ ରୁପ୍ରାରୋଡବାସୀ ଏପରି ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏହି ବସ୍ତିର ବିପର୍ଯ୍ୟସ୍ତ ଡ୍ରେନେଜ ସିଷ୍ଟମ ଏଥିପାଇଁ ଦାୟୀ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ରୁପ୍ରାରୋଡରେ ବର୍ଷାଜଳ ନିଷ୍କାସନ ପାଇଁ କୈାଣସି ବ୍ୟବସ୍ଥା ନ ଥିବାରୁ ମୁଖ୍ୟ ରାସ୍ତା ଉପରେ ୨ ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ାରେ ଡ୍ରେନ ନଥିବାରୁ ଲୋକଙ୍କ ଘରକୁ ବର୍ଷାଜଳ ପଶି ଯାଉଛି। ସ୍ଥାୟୀ ଡ୍ରେନ୍‌ ନିର୍ମାଣ ହେଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଗ୍ରାମବାସୀ ମତ ରଖିଛନ୍ତି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.