ଗୋଲାମୁଣ୍ଡାରେ ଏବିଭିପି ତରଫରୁ ଉଡ଼ିଲା ୧୫୦ ଫୁଟର ତ୍ରିରଙ୍ଗା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଗୋଲାମୁଣ୍ଡା ଠାରେ ଆଜି ଏକ ତ୍ରିରଙ୍ଗା ଶୋଭା ଯାତ୍ରା କରାଯାଇଛି। ଏହି ତ୍ରିରଙ୍ଗା ଯାତ୍ରାରେ ଏକ ୧୫୦ ଫୁଟର ତ୍ରିରଙ୍ଗାକୁ ବିଦ୍ୟାର୍ଥୀ ମାନେ ଧରି ଭାରତ ମାତାର ଜୟଗାନ କରି ଯାତ୍ରା କରି ଥିଲେ ।

ଏହି ତ୍ରିରଙ୍ଗା ଯାତ୍ରା ସର୍ବ ମଙ୍ଗଳା ଡିଗ୍ରୀ କଲେଜରୁ ଆରମ୍ଭ ହୋଇ ସାରା ଗୋଲାମୁଣ୍ଡା ନଗର ପରିକ୍ରମା ପରେ ଶିବାଜୀ ଷ୍ଟାଡିୟମ୍ରେ ଶେଷ ହୋଇଥିଲା । ଏଥିରେ ବିଭିନ୍ନ କଲେଜରୁ ୧୦୦ ରୁ ଉର୍ଦ୍ଧ ଛାତ୍ର ଓ ଯୁବକ ଦେଇଥିଲେ । ଯୁବ ସମାଜ ସେବୀ ରାଜେଶ ଅଗ୍ରୱାଲ, ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି ଅତିଥି ଭାବେ ଯୋଗ ଦେଇଥିଲେ ଓ ସମାଜ ସେବୀ ସମୀର ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଯାତ୍ରା ବିଭାଗ ପରିବେଶ ପ୍ରମୁଖ ଆକାଶ ଗହିର, ସମୀପ ରାଉତ, ବିଭୀଷଣ ଟୋଲଟିଆ, ଚୂଡ଼ାମଣି ପ୍ରଧାନ, ଯଶୋବନ୍ତ ରାଉତ, କିରଣ ରାଉତ ତପନ ବିଶି , ଅକ୍ଷୟ ନାଏକଙ୍କ ନେତୃତ୍ୱରେ ହୋଇଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଧୁମ ଧାମରେ ପାଳିବା ସହିତ ୬ ଟି ବ୍ଲକରେ ତ୍ରିରଙ୍ଗା ଯାତ୍ରା ଓ ୧୧୨ ଟି ଗାଁରେ ତ୍ରିରଙ୍ଗା ଉତ୍ତୋଳନ କରିଛି ବୋଲି ଜିଲ୍ଲା ସଂଯୋଜକ ତନ୍ମୟ ବିଶି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.