ପୁଣି କେବେ ନିର୍ମାଣ ହେବ ନର୍ଲା କଲ୍ୟାଣ ମଣ୍ଡପ

ଆଶା ଆଶଙ୍କାରେ ଅଞ୍ଚଳବାସୀ

ପୋତି ହେବାକୁ ବସିଲାଣି ପିଲର ଗାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ତିନିବର୍ଷ ଧରି ଅନେକ ଅଭିଯୋଗ  ଅନେକ ବାଦ ବିବାଦ ପରେ ଶେଷରେ ଗତ ଅପ୍ରେଲ ମାସରେ ନର୍ଲାରେ ଆରମ୍ଭ ହୋଇଥିଲା କଲ୍ୟାଣ ମଣ୍ଡପ ଭବନ ନିର୍ମାଣ କାର୍ଯ୍ୟ । ପାଞ୍ଚ ବର୍ଷ ତଳେ ଏଥିପାଇଁ ଆସିଥିବା ୩୫ ଲକ୍ଷ ଟଙ୍କା ଫଣ୍ଡ ପଡି ରହିଥିଲା । ଏତେ ଦିନ ଧରି କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଜାଗା ଚିହ୍ନଟ ହୋଇ ପାରୁନଥିଲା ।ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ ଓ ନର୍ଲାର ତତ୍କାଳୀନ ସରପଞ୍ଚ ଓ ବର୍ତ୍ତମାନର ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡ଼ିଆ ବାରମ୍ବାର ନର୍ଲା ବ୍ଲକ ପ୍ରଶାସନ ସହିତ ଆଲୋଚନା ପରେ ନିର୍ବାଚନ ପୂର୍ବରୁ ଜାଗା ଚିହ୍ନଟ କରାଯାଇ ପଞ୍ଚାୟତରାଜ ନିର୍ବାଚନ ପରେ ଗତ ଅପ୍ରେଲ ୧୦ ରେ ଲେ-ଆଉଟ ଦିଆଯାଇ ପିଲର ପାଇଁ ଗାତ ଖୋଳା ହୋଇଥିଲା । ଯାହା ତ ବିଳମ୍ବ ହୋଇଯାଇଛି । ପଞ୍ଚାୟତରାଜ ନିର୍ବାଚନ ପରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ବୋଲି କଥା ଦେଇଥିଲେ ତତ୍କାଳୀନ ବିଡ଼ିଓ ଦାୟିତ୍ୱରେ ରହିଥିବା ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ । ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଗୁଡିକ ପ୍ରଣୟନ ହେଉଛି । ଏଥି ମଧ୍ୟରୁ ପଥିକ ମାନଙ୍କ ବିଶ୍ରାମ ନିମନ୍ତେ ପଥପ୍ରାନ୍ତ ବିଶ୍ରାମ ଗୃହ, ସେହିଭଳି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ କଲ୍ୟାଣ ମଣ୍ଡପ ନିର୍ମାଣ । ବାସ୍ତବରେ କେବଳ ସହରାଞ୍ଚଳ ବୋଲି ନୁହଁ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ କଲ୍ୟାଣ ମଣ୍ଡପ ର ଅତ୍ୟାବଶ୍ୟକ ହୋଇ ପଡିଲାଣି । ଏବେ ରାଜ୍ୟର ବିଭିନ୍ନ ସହର ଗୁଡିକରେ ବିଜୁ କଲ୍ୟାଣ ମଣ୍ଡପ ଗୁଡିକ ନିର୍ମିତ ହେବା ଫଳରେ ବିବାହ, ବ୍ରତ, ଭୋଜି ତଥା ବିଭିନ୍ନ ସଂଗଠନ ଗୁଡିକର ମିଟିଂ ସବୁ ମଧ୍ୟ ଏଇଠି ଖୁବ୍ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇ ପାରୁଛି । ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ବ୍ଲକ୍ ହେଡକ୍ୱାଟର୍ସ ଅଞ୍ଚଳରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩୫,୦୦,୦୦୦ ଟଙ୍କା ଓ ଗ୍ରାମ ପଞ୍ଚାୟତ ଅଞ୍ଚଳ ଗୁଡିକରେ ୧୦,୦୦,୦୦୦ ଟଙ୍କା ରହିଛି । ଏହି କ୍ରମରେ ରାଜ୍ୟର ଅନେକ ବ୍ଲକରେ ନିର୍ମିତ ହୋଇଛି ବିଜୁ କଲ୍ୟାଣ ମଣ୍ଡପ । ରାଜ୍ୟ କାହିଁକି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ର ପଡୋଶୀ ବ୍ଲକ୍ ମ.ରାମପୁର, କର୍ଲାମୁଣ୍ଡା, କେସିଙ୍ଗା ପ୍ରଭୃତି ବ୍ଲକ ସବୁରେ ରାଜ୍ୟ ସରକାରଙ୍କ ତରଫରୁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅତି ସୁନ୍ଦର ଭାବରେ ନିର୍ମିତ ହୋଇଛି କଲ୍ୟାଣ ମଣ୍ଡପ ଗୁଡିକ । କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବହୁତ ଦିନରୁ ଟେଣ୍ଡର ପ୍ରକ୍ରୀୟା ସାରିଯାଇଥିଲା । ହେଲେ ଏଥିପାଇଁ ସରକାରୀ ଜମି ଚିହ୍ନଟ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଥିଲା । ନିର୍ବାଚନ ପରେ ପରେ ନର୍ଲା ବିଡ଼ିଓଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ନର୍ଲା ତହସିଲ ଅଫିସ ପଛପଟେ, ଆରଡ଼ି ଅଫିସ ସମ୍ମୁଖରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ୩୦ ଡ଼ିସିମିଲ ଜାଗା ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ଗାଡି ପାର୍କିଂ ପାଇଁ ଜାଗା ନଥିଲା । ଉକ୍ତ ଜାଗା ପାଖରେ ଆଉ ୧୨ ଡ଼ିସିମିଲ ସରକାରୀ ଜାଗା ଖଣ୍ଡେ ଖୋଜିକି କାଢ଼ିଲେ ନର୍ଲା ତହସିଲଦାର ଶ୍ରୀ ତ୍ରିପାଠୀ । ପାର୍କିଂ ପାଇଁ ଅସୁବିଧା ହୋଇପାରେ ବୋଲି ଭାବୁଥିଲୁ । ଏସବୁ ସମସ୍ୟା ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣରେ ବିଳମ୍ବ ହେଲା। କଲ୍ୟାଣ ମଣ୍ଡପ ଯେହେତୁ ଅଞ୍ଚଳବାସୀଙ୍କ ସାମୁହିକ ସୁବିଧା ପାଇଁ । ଏଣୁ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ କଲ୍ୟାଣ ମଣ୍ଡପ ଖୁବ ସୁନ୍ଦର ଭାବରେ ନିର୍ମାଣ କରାଯିବ ବୋଲି ତତ୍କାଳୀନ ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ କହିଥିଲେ । ହେଲେ ସବୁକଥା ଫସର ଫାଟିଲା । ଗତ ପାଞ୍ଚବର୍ଷ ଧରି ଟଙ୍କା ଆସି ପଡି ରହିଥିଲା । ଜାଗା ଚିହ୍ନଟ ହୋଇପାରୁ ନଥିଲା । ହେଲେ ଯେତେବେଳେ ଜାଗା ଚିହ୍ନଟ ହୋଇ ଟେଣ୍ଡର ଦିଆ କାର୍ଯ୍ୟ ସରିଗଲା । ଠିକାଦାର ଶୁଭ ଦେଇ ଭବନ ନିର୍ମାଣ ପାଇଁ ପିଲର ଖୋଳି ସାରିବା ପରେ ଜାଗାକୁ ନେଇ ଉପୁଜିଛି ବିବାଦ । ଏହି ଜାଗା ଠିକ ନୁହଁ । କଲ୍ୟାଣ ମଣ୍ଡପ ଦେହେଲିରେରେ କରାଯାଉ ବୋଲି ଏବେ ବିବାଦ ଦେଖା ଦେଇଛି । ଏହି କଲ୍ୟାଣ ମଣ୍ଡପ ପଞ୍ଚାୟତ ସମିତିର କାର୍ଯ୍ୟ ହୋଇଥିବାରୁ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ତାଙ୍କ ମତମତରେ କହିଛନ୍ତି ଲୋକଙ୍କ ଦାବୀ ଅନୁଯାୟୀ ତହସିଲ ଅଫିସ ପାଖରେ ସମିତିର କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ଓ ଗ୍ରାମ ପଞ୍ଚାୟତ ପାଣ୍ଠି ଓ ପଞ୍ଚାୟତ ସମିତି ପାଣ୍ଠିରେ ଦେହେଲିରେ ମଧ୍ୟ ଆଉଗୋଟେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ବୋଲି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.