ଛାତ୍ର ଇନ୍ଦ୍ର ମେଘୱାଲଙ୍କ ହତ୍ୟାକାରିକୁ ଫାଶୀ ଦଣ୍ଡାଦେଶ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜସ୍ଥାନର ଛାତ୍ର ଇନ୍ଦ୍ର ମେଘୱାଲଙ୍କ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେବାପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଡ଼ଃ ବି.ଆର. ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ। ସ୍ମାରକ ପତ୍ରରେ ଏହି ଘଟଣାର ଅଭିଯୁକ୍ତକୁ ଫାଶୀ ଦଣ୍ଡଦେଶ ନିବେଦନ ସହିତ ସ୍ୱାଧୀନତା ପରେ ଭାରତବର୍ଷରେ ହେଉଥିବା ଦଳିତ, ଅତ୍ୟାଚାରକୁ ନିପାତ କରିବାର ଯେଉଁ ଅଧିନିୟମ ତିଆରି ହୋଇଛି ଭାରତ ସରକାରଙ୍କର ଦ୍ୱାରା ତାହାକୁ କ୍ରିୟାନ୍ନୟନ ସୁନିଶ୍ଚିତ କରିବାକୁ ଏହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏହାର ପ୍ରତିଲିପି ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଦେଶର ସମସ୍ତ ସାଂସଦଙ୍କୁ ଦିଆଯାଇଛି। ଡ଼ଃ ବି.ଆର. ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ ଭବାନୀ ଶଙ୍କର ନିଆଲଙ୍କର ନେତୃତ୍ୱରେ ଚକ୍ରଧର ସେଠୀ, ନାଦରାଜ ନାଏକ, ହନିଫ ଖାନ, ଅନିଲ ବାଗ ଆଦି ପ୍ରତିନିଧି ମଣ୍ଡଳୀ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କୁ ସାକ୍ଷାତ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ରାଜସ୍ଥାନ ଜାଲୋର ଜିଲ୍ଲା ସାୟଲା କ୍ଷେତ୍ରର ସୁରଣା ସରସ୍ୱତୀ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ଅଧ୍ୟୟନରତ ଜଣେ ଦଳିତ ସଂପ୍ରଦାୟର ଛାତ୍ର ଇନ୍ଦ୍ର ମେଘାଓ୍ବାଲ ପ୍ରଧାନ ଶିକ୍ଷକଙ୍କ ପାଖରେ ରଖାଯାଇଥିବା ହାଣ୍ଡିରୁ ପାଣି ପିଇବା କାରଣରୁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଛି। ଘଟିଥିବା ଘଟଣାର ୨୩ ଦିନ ପରେ ଦେବରମ ମେଘୱାଲଙ୍କ ପୁଅ ତଥା ଏହି ତୃତୀୟ ଶ୍ରେଣୀ ଛାତ୍ର ଇନ୍ଦ୍ର ମେଘୱାଲ ଶନିବାର ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ମୁଖରେ ପଡିଛନ୍ତି। ଏହି ଘଟଣାକୁ ଦେଶର ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ମହାମହିମ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି ଡ଼ଃ. ବି.ଆର. ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.