ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦରଦାମ ବୃଦ୍ଧି ପ୍ରତିବାଦରେ କୋକସରା ବ୍ଲକ କଂଗ୍ରେସ କମିଟି ସଭାପତି ଘନଶ୍ୟାମ ଜାଳଙ୍କ ନେତୃତ୍ୱରେ ବ୍ଲକର ମୋଟେର, କୋକସରା, ଲଡୁଗାଁ, ଆମପାଣି ସମେତ ଅନେକ ସ୍ଥାନରେ ପ୍ରତିବାଦ କରାଯାଇଛି। କେନ୍ଦ୍ରର ମୋଦୀ ସରକାର ଶାସନରେ ଦେଶରେ ଦୈନନ୍ଦିନ ହୁ ହୁ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ, ଡିଜେଲ, ପେଟ୍ରୋଲ, ଖାଇବା ତେଲ, କ୍ଷୀର, ଦରଦାମ ବୃଦ୍ଧି ପାଉଥିବାବେଳେ ବର୍ଦ୍ଧିତ ଦରଦାମ କୁନେଇ ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି। ଦେଶରେ ବେରୋଜଗାରୀ ଶୀର୍ଷରେ ପହଞ୍ଚି ଥିବାବେଳେ କେନ୍ଦ୍ର ସରକାରଙ୍କ ଶୋଷଣ ନୀତି ବିରୋଧରେ ଜନ ସାଧାରଣଙ୍କୁ କଂଗ୍ରେସ କର୍ମୀମାନେ ସଚେତନ କରିବା ସହ ଲିଫ୍ଲେଟ ବଣ୍ଟନ କରିଛନ୍ତି। ଏହି ପ୍ରତିବାଦରେ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଧଙ୍ଗଡାମାଝୀ, ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା, ମାର୍କଣ୍ଡ ବେମାଲ, ମହେନ୍ଦ୍ର ଧରୁଆ, ଅଭିମନ୍ୟୁ ପଟ୍ଟନାୟକ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଲାଳସାଏ ନାଗ, ହରିଶ୍ଚନ୍ଦ୍ର ନାଏକ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଦରଦାମ ବୃଦ୍ଧି ନେଇ ପ୍ରତିବାଦ କରିଛନ୍ତି।