ସେମେଲପଦର ଓ ବାଲାପଦରରେ ଝାଡ଼ାବାନ୍ତି ରୋଗ ନିୟନ୍ତ୍ରଣାଧୀନ

ଟଳିନି ସଂପୂର୍ଣ୍ଣ ବିପଦ, ଡେରା ପକାଇ ଚିକିତ୍ସା କରୁଛନ୍ତି ମୋବାଇଲ ହେଲ୍‌ଥ ଟିମ୍‌

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଂଚାୟତର ସେମେଲପଦର ଓ ବାଲାପଦର ଗାଁରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗ ନିୟନ୍ତ୍ରଣାଧୀନ ହୋଇଥିବା ଜଣାପଡିଛି । ତେବେ କିଛି ଜଣଙ୍କ ନିକଟରେ ଲକ୍ଷଣ ରହିଥିବା ଆଶଙ୍କା କରାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ହେଁ ସଂପୂର୍ଣ୍ଣ ଭାବେ ବିପଦ ଟଳିନାହିଁ ବୋଲି କୁହାଯାଉଛି। ତେବେ ପ୍ରଥମେ “ଓଡ଼ିଆ ବାର୍ତ୍ତା” ରେ ଖବର ପ୍ରଚାରିତ ହେବା ପରେ ଅଗଷ୍ଟ ୨୩ ସକାଳୁ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଓ ପାହାଡପଦର ସମିତିସଭ୍ୟ ଜଗଦୀଶ ବେନିଆଁ ଘଟଣାସ୍ଥଳରେ ପହଂଚିବା ସହିତ ସେମେଲପଦର ଗାଁର ତିନିଜଣ ଓ ବାଲାପଦର ଗାଁର ଜଣେ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ। ଏହାପରେ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍ଆର ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବେଦାନ୍ତ ମେଡିକାଲର ମୁଖ୍ୟ ପରିଚାଳକ ଅଧିକାରୀ ଅମର କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ମେଡ଼ିକାଲ ଟିମ୍ ବାଲାପଦର ଓ ସେମେଲପଦର ଗାଁ ପରିଦର୍ଶନ କରିବା ସହିତ ସେଠାରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ସେହିପରି ପ୍ରଭାବିତ ଅଞ୍ଚଳ ଗ୍ରସ୍ତ କରି ରୋଗୀମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବାକୁ ସେମେଲପଦର ଓ ବାଲାପଦର ଗସ୍ତ କରିଥିଲେ ଲାଞ୍ଜିଗଡ଼ ଜିଲ୍ଲାପରିଷଦ ସଦସ୍ୟା ଅଂଜଳି ମାଝୀ। ଅଗଷ୍ଟ ୨୪ରେ ପ୍ରଭାବିତ ଗାଁକୁ ଜିଲ୍ଲାସ୍ତରୀୟ ଏକ ମେଡିକାଲ ଟିମ୍ ଗସ୍ତ କରି ସ୍ଥିତି ଯାଞ୍ଚ କରି ଫେରିଯାଇଛନ୍ତି। ସଂକ୍ରାମକ ରୋଗ ବିଶେଷଜ୍ଞ ନିହାର ରଂଜନ ଠାକୁର, ମାଇକ୍ରୋବାୟୋଲୋଜିଷ୍ଟ ଦୀପକ କୁମାର ସାହୁ, ଡାଟା ଏଣ୍ଟ୍ରି ମ୍ୟାନେଜର ସୌମ୍ୟ ରଂଜନ ନାଏକ, ସ୍ୱାସ୍ଥ୍ୟକର୍ମୀ ଜିତେନ୍ଦ୍ର ଯୋଶୀ ପ୍ରମୁଖ ଏଥିରେ ସାମିଲ ଥିଲେ। ସେହିପରି ଲାଞ୍ଜିଗଡ ମୋବାଇଲ୍ ହେଲ୍‌ଥ ୟୁନିଟ୍‌ର ଇନଚାର୍ଜ୍ ଡା. ନରେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ସେମେଲପଦର ଓ ବାଲାପଦର ଗାଁରେ ଦିନରାତି ଡେରା କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଡାକ୍ତର ଦାସଙ୍କ ସହିତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ନିହାର ରଂଜନ ସାହୁ, ଡା. ନିମାଇଁ ଚରଣ ଗହୀର, ଡା. ସୌମ୍ୟା ମାଝୀ, ଡା. ଯୋଗେଶ୍ୱର ବେହେରା, ଡା. ମହିମା, ବିପିଏମ୍ ସୁରଜିତ ସିଂହ କୁମାର, ଝସଲତା ସାହୁ, ଖଗେଶ୍ୱର ରାଉତ, ତପସ୍ୱିନୀ ସାହା ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଉଛନ୍ତି। ସରକାରୀ ମେଡିକାଲ ଟିମ୍ ସହିତ ସ୍ୱାସ୍ଥ୍ୟକର୍ମୀ ଦିପ୍ତୀରାଣୀ ସ୍ୱାଇଁ, କିଶୋର ମାଝୀ, ଆଶା କର୍ମୀ ପ୍ରେମଶିଳା ହରିଜନ ପ୍ରମୁଖ ସାମିଲ ଥିଲେ। କଦମ୍ବଗୁଡା ସରପଞ୍ଚ ସନ୍ତୋଷ ମାଝୀ, ସମିତିସଭ୍ୟା ଚଞ୍ଚଳା ବେନିଆଁ, ଗ୍ରାମରୋଜଗାର ସେବକ ପ୍ରଦ୍ୟୁମ୍ନ ସାହୁ ନାଏବ ସରପଞ୍ଚ ଅନୀତା ହରିଜନ ପ୍ରମୁଖ ମେଡିକାଲ ଟିମ୍‌କୁ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.