ବୁଲା ଗୋରୁରେ ପିଟି ହୋଇ ଦୁଇ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଲାହାଣ୍ଡି ଜିଲ୍ଲା କୋକସରାରୁ ଜୟପୁର ରାସ୍ତା ସଂଯୋଗ କରୁଥିବା ଜାତୀୟ ରାଜପଥ-୨୬ କୋକସରା ତହସିଲ ଅଫିସ ସାମ୍ନାରେ ଏକ ବୁଲାଗୋରୁକୁ ସାମ୍ନା ପଟରୁ ପିଟି ହୋଇ ଦୁଇ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଗଡରା ମାଲର କୁନ୍ତଳା ବିଶି ଓ ଅନ୍ୟ ଜଣେ ହେଲେ ଅଂଲାଗୁଡା ଗ୍ରାମର ବାପୁଜୀ ନାଏକ (୧୯)ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ଆହତମାନେ କିଛି ସମାଜସେବୀ ଓ ସାମ୍ବାଦିକ ମାନଙ୍କ ଦ୍ୱାରା ଉଦ୍ଧାର ହୋଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ମହିଳା ଜଣକ ଅଣ୍ଟାରେ ମାଡ଼ ବାଜି ଆହତ ଥିବା ଜଣା ପଡିଛି। କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଆହତମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.