ସୁନାମୁଖୀ ଜଙ୍ଗଲରେ ପଡ଼ିଛି ମୁଣ୍ଡ ବିହୀନ ମୃତ ଦେହ: ଜଣା ପଡ଼ି ନାହିଁ ପରିଚୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅଧିନସ୍ଥ ତଥା ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ସୁନାମୁଖି ଜଂଗଲରେ ଆଜି ଜଣେ ପୁରୁଷ ବ୍ୟକ୍ତିଙ୍କ ମୁଣ୍ଡ ବିହୀନ ମୃତ ଦେହ ପଡ଼ିଥିବା ଦେଖା ଯାଇଛି। ଘଟଣାଟି ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମ.ରାମପୁର – ରିଷିଡା ରାସ୍ତା ଅଲାତରା ନିକଟ ପ୍ରାୟ ଏକ କିଲୋମିଟର ଦୂର ପାଖାପାଖି କପାଟଦ୍ୱାର ଜଙ୍ଗଲ ପାଖରେ ରାସ୍ତାରୁ ପ୍ରାୟ ୫୦ ମିଟର ଦୂର ଜଂଗଲରେ କେହି ହତ୍ୟା କରି ଏହି ମୃତ ଦେହକୁ ଫିଙ୍ଗି ଦେଇଛି । ସମ୍ପୂର୍ଣ୍ଣ ଉଲଂଗ୍ନ ଅବସ୍ଥାରେ ମୃତ ଦେହଟି ପଡ଼ିଛି । ଘଟଣାଟି ଗତକାଲି ରାତିରେ ଘଟିଥିବା ଅନୁମାନ କରାଯାଉଛି । କେହି କାହିଁକି ଏହି ହତ୍ୟା କାଣ୍ଡ କରିଛି ସ୍ପଷ୍ଟ ହୋଇନାହିଁ କି ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଶବ ର ଡାହାଣ ଆଙ୍ଗୁଠିରେ ତିନୋଟି ମୁଦି ପିନ୍ଧିଥିବା ଲକ୍ଷ୍ୟ କରାଯାଇଛି ଓ ବାଇକ ଚି଼ହ୍ନ ରହିଛି ।ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.