ରାସ୍ତା ନିର୍ମାଣ ଓ ଗୋଚର ଜମିରୁ ଜବର ଦଖଲ ଉଛେଦ ଦାବି

କନ୍ଧମାଳ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭାଲୁରଗାଁ, ତଳପଡା, ମାସରଗାଣ୍ଡା, ଗୋଡ଼ଗାଁ, ଗଟେଣୀ, ଜିରିସୀ, ତାରଗାବାଲି, ନାଡ଼ଗାଁ, କିରପଲା, ଘାଟିସାହି ଏବଂ ଏକଲବ୍ୟ ସ୍କୁଲକୁ ପକ୍କା ରାସ୍ତା ନଥିବାରୁ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଏବଂ କାଳୀସାହି ପୂଜା ସାହି ନିକଟରେ ଗୋଚର ଜମିକୁ କିଛି ମାଫିଆ ଜବର ଦଖଲ କରିଛନ୍ତି ଉକ୍ତ ଜମିକୁ ଜବର ଦଖଲ ଉଛେଦ କରିବାକୁ କୁଇ ସଂଗଠକ ପ୍ରମୋଦ କହଁର ଓ ସମାଜସେବୀ ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଂଜନ ମହନ୍ତଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଯେ ଉକ୍ତ ବାରଗୋଟି ଗ୍ରାମର ଗ୍ରାମବାସୀ ପକ୍କାରାସ୍ତା ନଥିବାରୁ ପ୍ରାୟ ତିନିହଜାର ଲୋକ ଦୁର୍ଦଶା ଭୋଗୁଛନ୍ତି। ସ୍କୁଲ କଲେଜ ଅଫିସ କାର୍ଯାଳୟ ମେଡିକାଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ଫିରିଙ୍ଗିଆ ବ୍ଲକ ଉପରେ ନିର୍ଭରଶୀଳ ଅଟନ୍ତି। ପକ୍କା ରାସ୍ତା ନଥିବାରୁ ଗାଁକୁ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଆଦି ଯାତାୟତ କରି ପାରୁ ନାହିଁ। ଫଳରେ ରୋଗୀ ପ୍ରସୂତି ମହିଳା ହୀନସ୍ତା ଭୋଗୁଛନ୍ତି। ବର୍ଷା ଦିନରେ ଏହାର ସ୍ଥିତି ବେହାଲ ହୋଇପଡୁଛି। ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ଫଳଶୂନ, ଅଦ୍ୟାବଧି ସମସ୍ୟାର ସମାଧାନ ହୋଇନାହିଁ ଫଳରେ ବାରଗୋଟି ଗାଁର ଶତାଧିକ ଗ୍ରାମବାସୀଙ୍କ ମନରେ ଅଶାନ୍ତି ସୃଷ୍ଟି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାର ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ସ୍ୱରୂପ ଫିରିଙ୍ଗିଆରୁ ଏକଲବ୍ୟ ଦେଇ କାଶୀନପଦର ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରବାକୁ ଦାବୀ କରିଛନ୍ତି ଗ୍ରାମବାସୀ। ସମସ୍ୟାର ସମାଧାନ ଶୀଘ୍ର ନହେଲେ ଫିରିଙ୍ଗିଆ ସରପଂଚ ଯୋଗେଶ୍ୱର କହଁର, କାଶିନୀପଦର ସରପଂଚ ପ୍ରତିମା କହଁର,ସମିତି ସଭ୍ୟ ଇନ୍ଦ୍ରା କହଁର, ଯୋଗେଶ୍ୱର କହଁର, ପ୍ରମୋଦ କହଁର, କୁଶ କହଁର, ରାଜକିଶୋର କହଁର, ପବିତ୍ର କହଁର, ଲଣ୍ଡା କହଁର ପ୍ରମୁଖ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହେଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.