ସାଲୁଟ ତ୍ରିରଙ୍ଗା ପକ୍ଷରୁ ଶିଶୁ ଚିତ୍ରକଳା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ସାଲୁଟ ତିରଙ୍ଗା ରାଷ୍ଟ୍ରବାଦୀ ସଂଗଠନ ତରଫରୁ ଶିଶୁ ଚିତ୍ରକଳା ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳାର ବିଷୟ ବସ୍ତୁ ଥିଲା ଭାରତୀୟ ଜାତୀୟ ପତାକା। ବିଭିନ୍ନ ସ୍କୁଲରୁ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସାଲୁଟ ତିରଙ୍ଗା ସଂଗଠନର ରାଜ୍ୟ ସଭାପତି ଡ. ଶିବରାମ ନାୟକଙ୍କ ତତ୍ଵାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଚିତ୍ରକଳାର ମୁଖ୍ୟ ବିଚାରକ ରୂପେ ମୁକୁନ୍ଦ ରେଡ୍ଡୀ ଯୋଗ ଦେଇଥିଲେ। ଶିଶୁଚିତ୍ର କଳା ପ୍ରତିଯୋଗିତାରେ ଜୁନିଅର ବିଭାଗରେ ସତ୍ୟ ସାଇ ବିଦ୍ୟା ମନ୍ଦିର ସ୍କୁଲର ରବି ଶଙ୍କର ପଣ୍ଡା ପ୍ରଥମ, ବିମଳା କନଭେଣ୍ଟ ସ୍କୁଲର ତନଭି ସେଠ ଦ୍ଵିତୀୟ ଓ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ମୁକେଶ କୁମାର ନାଏକ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚୁମକି ହରିଜନ ପ୍ରଥମ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଣ୍ଟୁ ନାଏକ ଦ୍ବିତୀୟ , ସତ୍ୟ ସାଇ ବିଦ୍ୟା ମନ୍ଦିର ଆଂଚଳ ପଣ୍ଡା ଓ ଅଭିଶା ରାଣୀ ବାଗ ଦୁହେଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୃରସ୍କୃତ କରାଯାଇଥିଲା। କଳାହାଣ୍ଡି ଡ଼ାକ ବିଭାଗ ଅଧିକ୍ଷକ ସଂଜୟ ବିଶ୍ବାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଡ଼. ଉମେଶ ଚନ୍ଦ୍ର ଶତପଥି ମୁଖ୍ୟବକ୍ତା, ଶିକ୍ଷାବିତ ପ୍ରଦୀପ କୁମାର ସାହୁ, ରବି କାନୁନଗୋ, ସମାଜସେବୀ ମନୋଜ ଅଗ୍ରୱାଲ, ଶିକ୍ଷାବିତ ବ୍ରହ୍ମାନନ୍ଦ ସମାଲ ଓ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନରେନ୍ଦ୍ର ସୁନାନୀ, ଘନଶ୍ୟାମ ପ୍ରଧାନ, ବୃଷଭ ଦାସ, ଜଗମୋହନ ମାଝୀ, ପିଙ୍କି ସାଗର, ସୁଶାନ୍ତ ନାଏକ, ଚନ୍ଦ୍ରପ୍ରଭା ମିଶ୍ର, ବୈଶାଖୀ ନାଏକ, ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.