ଥୁଆପଦର ଓ ଇଚ୍ଛାପୁର ୟୁପି ସ୍କୁଲରେ ପୋଷାକ ବଣ୍ଟନ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ସ୍ଥିତ ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ଠାକୁର ସାହୁ, ସମ୍ମାନିତ ଅତିଥି ଭାବେ ଯୁବ ଲେଖକ ଡିଲେଶ୍ବର ରଣା, ସିଆରସିସି ସୂର୍ଯ୍ୟ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନବିନ କିଶୋର ଭୋଇ, ପ୍ରଧାନ ଶିକ୍ଷକ ଏମ. ନାଗେଶ୍ୱର ରାଓ ଦୋରା ପ୍ରମୁଖ ମଂଚାସୀନ ଥିଲେ। ମଂଚ ସଂଚାଳନ କରିଥିଲେ ଶିକ୍ଷକ କାଳୀପ୍ରସାଦ ରଥ। ଅତିଥି ମାନଙ୍କ ଦ୍ୱାରା ଶିକ୍ଷାର୍ଥୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଦୋଷ ମିଶ୍ର, କ୍ଷୀରସିନ୍ଧୁ ନାଏକ, ଲିଜାଲିନ ସାମଲ, ସୁଧାରାଣୀ ସାହୁ, ଗୀତାଞ୍ଜଳି ଦେବୀ, ପଦ୍ମଜା ଦାସ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu


ସେହିପରି ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବସୁମତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୋଷାକ ବଣ୍ଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ଠାକୁର ସାହୁ, ସମ୍ମାନିତ ଅତିଥି ଭାବେ ଏବିଇଓ ଜୟକୁମାର ମାଝୀ, ସିଆରସିସି ବିଶ୍ୱଜିତ ରାଏ, ଗୁଡ଼ିଆଳିପଦର ସରପଂଚ ପ୍ରିୟଙ୍କା ମହାକୁଡ଼, ଯୁବ ଲେଖକ ଡିଲେଶ୍ବର ରଣା, ବିଦ୍ୟାଳୟ କମିଟି ସଭାପତି ଶୂନ୍ୟ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ମାଗ୍ମା ପାତ୍ର। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.