ଭରସା ପକ୍ଷରୁ ଗୋଷ୍ଠୀ ପରିଚାଳନା ନେଇ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ଅନ୍ତର୍ଗତ ଚଟିଆଗୁଡା ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା ଆନୁକୂଲ୍ୟରେ ତୃଣମୂଳ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ସମ୍ବଳ ନାବାର୍ଡ ଡିଡିଏମ ସରୋଜ କୁମାର ମେହେର, ସହ ସମ୍ବଳ ଓଏଲଏମ ବିପିଏମ ଶରତ ଚନ୍ଦ୍ର ଦୀପ, ଭରସା ସମ୍ପାଦକ ଛତ୍ରଧର ଦଣ୍ଡସେନା, ସିଆରପି ଅମ୍ବିକା ମାଝୀ, ଜିପିଏଲପି ସଭାନେତ୍ରୀ ସୌଭାଗ୍ୟ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସିନାପାଲି ଅନ୍ତର୍ଗତ ବିଭିନ୍ନ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ଜଣ ସଭ୍ୟା ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀର ସୁପରିଚାଳନା ନେଇ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.