କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ପକ୍ଷରୁ ”ବାଳା ଓ ପୋଷଣ ବଗିଚା” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ରଣମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ତରଫରୁ ”ବାଳା ଓ ପୋଷଣ ବଗିଚା” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧରମା ପ୍ରଧାନ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଆରସିସି ଟିକେ ଚନ୍ଦ୍ର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିର୍ମଳ ଚନ୍ଦ୍ର ନାୟକ, ସୁରେନ୍ଦ୍ର ମୋହନ ଯୋଶୀ, ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ବ୍ଳକ ସଭାପତି ସଂଜୀବ କୁମାର ପଣ୍ଡା, ସମ୍ପାଦକ ଲଲିତ କୁମାର ନାଏକ ପ୍ରମୁଖ ଯୋଗ ଦେଇଥିଲେ। କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ଶାଶ୍ଵତ କୁମାର ପଣ୍ଡା, ସୋନାଲ ଲାଲ, ସାରାନୀ ମୈତି, ସୁପ୍ରିୟା କୁମାରୀ ଓ କୈସଳ କିଶୋର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu


ବାଳା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହ କାନ୍ଥ ଚିତ୍ର ଅଙ୍କନ ପ୍ରତି ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ୩୬ ଗୋଟି ମୋଡେଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ୧୨ ଟି କ୍ଳଷ୍ଟରର ସିଆରସିସିମାନେ ଉପସ୍ଥିତ ରହି ଥିଲେ। ବିଦ୍ୟାଳୟର ସୈ। ନ୍ଦର୍ଯ୍ୟକରଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନ ବୃଦ୍ଧି ଏହି ଅଭିଜାନ ର ମୂଳ ଉଦ୍ଦେଶ୍ୟ ବୋଲି ରଣମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡିଙ୍ଗର ସିଂ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ମ୍ୟାନେଜର ଅଭିନବ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାଶ୍ଵତ କୁମାର ପଣ୍ଡା ଓ ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.