ନିଃସ୍ବାର୍ଥ ସେବା ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଚୌଦ୍ଵାର: ଚୌଦ୍ଵାରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଃସ୍ଵାର୍ଥ ସେବା ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ମହିମା ପ୍ୟାଲେସ୍ ଚାରବାଟିଆ ଅଗ୍ରାହାଟ ଠାରେ ପାଳିତ ହୋଇଯାଇଛି। ଏଠାରେ ୫ ଦିନ ଧରି ଭୌତିକ ଚିକିତ୍ସାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡିଶାର କିଛି ସମାଜସେବୀ ସଂଗଠନ ଓ ଲୁକ୍କାୟିତ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ସମାରୋହରେ କଟକ ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନ ଆମେ ଓଡ଼ିଆ ଭାରି ବଢିଆ ପରିବାରକୁ ଅତିଥି ପଦ୍ମଶ୍ରୀ ଡଃ ଶ୍ୟାମାମଣୀ ଦେବୀ, ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ, ପବିତ୍ର ମୋହନ ଉପାଧ୍ୟାୟ , କୈଳାସ ଚନ୍ଦ୍ର ସାହାଣୀ, ସୁଚିସ୍ମିତା ପୁଷ୍ଟି , ଜିନେସ୍ ଦାସ ଓ ସଭାପତି ଜନ୍ମେଜୟ ନାୟକ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଆମେ ଓଡ଼ିଆ ଭାରି ବଢିଆ ପରିବାରର ପ୍ରତିଷ୍ଠାତା ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ ନିଃସ୍ୱାର୍ଥ ସଂଗଠନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.